Odia News Portal

ପୁରୀରେ ପ୍ରଭାବ ଦେଖିବାକୁ ମିଳିଲା ଭାରତ ବନ୍ଦର

ପୁରୀ : ଦେଶରେ ମୋଦି ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ବିରୋଧୀ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି। ଭାରତ ବନ୍ଦ ଡାକରାରେ ଗଡିବନି ଗାଡି଼। ଟ୍ରେଡ ୟୁନିଅନ ଡାକରାରେ ବୁଧବାର ଭାରତ ବନ୍ଦ। ଏହାର ପ୍ରଭାବ ପୁରୀରେ ଦେଖିବାକୁ ମିଳିଛି। ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବୁଧୁବାର ରେଳରୋକ କରାଯାଇଛି। କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରାଯାଇଛି ।

ଦର ଦାମ ବୃଦ୍ଧି, ବେରୋଜଗାର ବୃଦ୍ଧି କାରଣର ପ୍ରତିବାଦ ସହିତ ଶ୍ରମିକଙ୍କୁ ସମାନ କାମକୁ ସମାନ ଦରମା, କୃଷକଙ୍କୁ ଋଣ ଛାଡ଼, ଧାନର ସହାୟକ ମୂଲ୍ୟ ବୃଦ୍ଧି, ଜେଏନୟୁରେ ଛାତ୍ରଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଉଛି। ସବୁ ସରକାରୀ ଅଫିସ ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି। ପୁରୀରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ରହିଛି। ଅନ୍ୟପଟେ ସୁରକ୍ଷା ପାଇଁ ପୁରୀ ସହରର ପ୍ରମୁଖ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଅନ୍ୟପଟେ ଟ୍ରେନ, ବସ, ଅଟୋ, ବନ୍ଦ ରହିଥିବା ଯୋଗୁଁ ଯାତାୟତ ନେଇ ବିଶେଷ କରି ପୁରୀକୁ ଆସିଥିବା ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।