Odia News Portal

ଚନ୍ଦ୍ରଭାଗା ମାଘବୁଡ଼ ପାଇଁ ବ୍ୟାପକ ପ୍ରସ୍ତୁତି

ପୁରୀ : କୋଣାର୍କ ପ୍ରସିଦ୍ଧ ମାଘବୁଡ଼ ପାଇଁ ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯାୟରେ ପହଁଚିଛିl ଶନିବାର  ପ୍ରାତଃହ ରେ ଚଦ୍ରଭାଗା ପବିତ୍ର ପୁଷ୍କରଣୀରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନଙ୍କ ଆଗମନ ଲାଗିରହିଛି। ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସହ ସମସ୍ତ ସୁରକ୍ଷା   ଵେବସ୍ତା କଡାକଡି କରାଯାଇଛି। ମାଘମେଳା ବୁଡ଼ ପକାଇବାପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲାଣି। ଏବର୍ଷ ବାରୁଣୀ ବୁଡ଼ ପଡୁଥିବାରୁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଙ୍କ ଆଗମନଙ୍କୁ ଆଖି ଆଗରେ ରଖି ପ୍ରଶାସନିକ ତରଫରୁ ବ୍ୟାପକ ଵେବସ୍ତା କରାଯାଇଛି। ଶ୍ରଦ୍ଧାଳୁ ମାନଙ୍କ ବିଶ୍ବସ ରହିଛି ମାଘ ମାସ ସପ୍ତମୀ ତିଥିରେ ଚନ୍ଦ୍ରଭାଗା ପବିତ୍ର ପୁଷ୍କରଣୀ ରେ ବୁଡପକାଇଲେ   ପାପ ନାଶ  ଓ ମନସ୍କାମନା ପୂର୍ଣ୍ଣ ହେବା ସହ ଶରୀର ଆରୋଗ୍ୟ ହୋଇଥାଏ ବୋଲି ଶ୍ରଦ୍ଧାଳୁ କୁହନ୍ତି।

ମାଘ ବୁଡ଼ ପାଇଁ ଚଦ୍ରଭାଗା ପବିତ୍ର ପୁଷ୍କରଣୀକୁ ବାରିକେଡ଼ ଦ୍ୱରା  ଘେରାଯାଇଛି ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଙ୍କ ସୁରକ୍ଷା ପାଇଁ ୨୮ ପ୍ଲାଟୁନ ପୋଲିସ ଫୋର୍ସ ପୁରୀ ଏସ୍ପି ସହିତ ଡେପୁଟି କମାଇନଡାଣ୍ଡ, ଅଡିସନାଲ ଏସପି ୨ ଜଣ,  DSP ୮ ଜଣ,  ଇନ୍ସପେକ୍ଟର ୨୫ ଜଣଙ୍କୁ ନିଓଜିତ କରାଯାଇଛି। ପୁରୀ କୋଣାର୍କ ଓ ପିପିଲି କୋଣାର୍କ ରାସ୍ତାରେ ଟ୍ରାଫିକ ଵେବସ୍ତା କଡା କଡ଼ି  କରାଯାଇଛି। ଏପଟେ କୋଣାର୍କ ଏନ ଏ ସି  ତରଫରୁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବାପାଇଁ ପାନୀୟ ଜଳ, ସ୍ୱାସ୍ଥ୍ୟ, ପରିମଳ ଓ ଭକ୍ତ ମାନେ ବୁଡ଼ ପକାଇବା ପାଇଁ ବ୍ୟାପକ ଵେବସ୍ତା କରାଯାଇଛି ବୋଲି  ଏନ ଏ ସି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କୁହନ୍ତି। ୧୨୫ ବର୍ଷ ପରେ ବାରୁଣୀ ସ୍ନାନ ପଡୁଥିବାରୁ ୫ ଲକ୍ଷ୍ୟ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଚଦ୍ରଭାଗା ପବିତ୍ର ପୁଷ୍କରଣୀ ରେ ବୁଡ଼ ପକାଇବେ ବୋଲି ଅନୁମାନ କରାଯାଉଛି ।