Odia News Portal

ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍‌ ପାରା ହତ୍ୟାକାଣ୍ଡ ମାମଲାରେ ୪ ଗିରଫ

ପୁରୀ: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍‌ ପାରା ହତ୍ୟାକାଣ୍ଡ ଘଟଣାରେ କୁମ୍ଭାରପଡ଼ା ଥାନା ପୁଲିସ୍ ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ପିସ୍ତଲ୍ ମଧ୍ୟ ଜବତ ହୋଇଛି।  ଏମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ଭାଗୁ ଓରଫ ଭାଗିରଥି ପ୍ରଧାନ ରହିଛି। ଷଡ଼ଯନ୍ତ୍ର ପଛରେ ଭାଗୁର ହାତ ଥିବା ଜଣାପଡ଼ିବା ପରେ ତାକୁ ଗିରଫ୍‌ କରାଯାଇଛି। ପୂର୍ବରୁ ପ୍ରମୋଦ ଭୋଳ, ରଞ୍ଜନ ରାଉଳ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ଡେଙ୍ଗା ମୁନାର ସ୍ତ୍ରୀକୁ କୋର୍ଟ ଚାଲାଣ କରିଛି ପୁଲିସ୍। ହତ୍ୟାକାଣ୍ଡ ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୮ ଜଣ ଗିରଫ ହୋଇଥିବା ପୁଲିସ ସୂଚନା ଦେଇଛି।