Odia News Portal

ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ …

ପୁରୀ : ଅନବସରରେ ଥିବା ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ ।  ଦଇତାପତିମାନେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଏହି ଖବର ପହଞ୍ଚାଇବେ । ଏଥିପାଇଁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଦଇତାପତିମାନେ ସମୁହ ଭାବେ ଆଜି ଶ୍ରୀନଅରକୁ ଯିବେ । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ ତଥା ରାଜପ୍ରସାଦକୁ ଗଜପତିଙ୍କୁ ଅର୍ପଣ କରିବେ । ଗଜପତିଙ୍କ ସହ ଆଲୋଚନା କରି ମହାପ୍ରଭୁଙ୍କ ସୁସ୍ଥତା ଖବର ଦେବେ । ଏହା ସହ ରଥଯାତ୍ରା ପାଇଁ ଦଇତାପତିଙ୍କ ସହଯୋଗ କାମନା କରିବେ ଗଜପତି । ଆଜି ଏହି ନୀତିକୁ ରାଜପ୍ରସାଦ ବିଜେ ନୀତି କୁହାଯାଇଥାଏ ।