Odia News Portal

ମହାପ୍ରସାଦ ଲାଗି ହୋଇଥିବା ଟୋକେନ ବ୍ୟବସ୍ଥାରେ ଅବ୍ୟବସ୍ଥା

ପୁରୀ: କରୋନା କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ମହାପ୍ରସାଦ ଦେବା ଲାଗି ଟୋକେନ ବ୍ୟବସ୍ଥା କରାଯାଇଛି । ତେବେ ଟୋକେନ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖା ଦେଇଥିବା ନଜରକୁ ଆସିଛି । ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଶହଶହ ଲୋକ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ସୁଦ୍ଧା ମହାପ୍ରସାଦ ମିଳୁନଥିବା ଅଭିଯୋଗ ହୋଇଛି । ପ୍ରଶାସନ, ସୁଆର ଓ ମହାସୁଆର ଟୋକେନ ଦେଇଥିଲେ ସୁଦ୍ଧା ମହାପ୍ରସାଦ ମକ୍ଟଳରନଥିବା ଅଭିଯୋଗ ହୋଇଛି । ଟୋକେନ ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।