Odia News Portal

ଆଗକୁ ତିର୍ତ୍ତୋଲ ଉପ ନିର୍ବାଚନ, ହାତ ଛାଡ଼ିଲେ ରାଜକିଶୋର

ଭୁବନେଶ୍ୱର()  ଆଗକୁ ତିର୍ତ୍ତୋଲ ଉପ ନିର୍ବାଚନ । ଏନେଇ ବିଜେଡି, କଂଗ୍ରେସ ଓ ବିଜେପି  ନିଜ ନିଜର ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି ।  ତେବେ ଏହରି ଭିତରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି ।  କାରଣ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ରାଜକିଶୋର ବେହେରା ଇସ୍ତଫା ଦେଇଛନ୍ତି ।  ସେ ନିଜର ଇସ୍ତଫା ପତ୍ରକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ।  ରାଜକିଶୋର ୨୦୦୯ ଓ ୨୦୧୪ରେ ତିର୍ତ୍ତୋଲରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ ।  ଆଗକୁ ଉପନିର୍ବାଚନ ଥିବାବେଳେ ରାଜିକଶୋରଙ୍କ ହଠାତ ଇସ୍ତଫାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।