ଓଡ଼ିଶାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କୋରାପୁଟ ସୁନାବେଡାରେ ହେବାକୁ ଥିବା ମେଗା ଇଭେଣ୍ଟରେ ଯୋଗଦେବା ପାଇଁ ଆସିଛନ୍ତି ରାଜନାଥ। HAL ପରିଦର୍ଶନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବେ। ୨ହଜର ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର ସହ ୨୧୮ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଶକ୍ତି ଇଞ୍ଜିନ୍ ଉତ୍ପାଦନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଶକ୍ତି ଇଞ୍ଜିନ ହେଉଛି ଭାରତୀୟ ପ୍ରତିରକ୍ଷା କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଟର୍ବୋଶାଫ୍ଟ ହେଲିକପ୍ଟର ଇଞ୍ଜିନ୍। ସୁନାବେଢ଼ା ସ୍ଥିତ ହିନ୍ଦୁସ୍ତାନ ଏରେନଟିକ୍ସ ଲିମିଟେଡ୍ HAL ଏବଂ ଫ୍ରାନ୍ସର କମ୍ପାନୀ ‘ସାଫ୍ରାନ୍ ହେଲିକପ୍ଟର ଏଞ୍ଜିନ୍ସର ସହଯୋଗରେ ଏହା ବିକଶିତ କରାଯାଇଛି।
ଭାରତୀୟ ସେନାରେ ବ୍ୟବହୃତ ହେଲିକପ୍ଟରଗୁଡ଼ିକର ଅଧିକ ଶକ୍ତି ଏବଂ ଉଚ୍ଚ ପର୍ବତମାଳା ଅଞ୍ଚଳରେ କାର୍ଯ୍ୟ କରିବାର କ୍ଷମତାକୁ ଦୃଷ୍ଟିରେ ରଖି ଏହି ଇଞ୍ଜିନ୍ ପ୍ରସ୍ତୁତ ହୋଇଛି। ଏହା ଭାରତୀୟ ବାୟୁ ସେନାକୁ ବଳ ଯୋଗାଇବ।
