ନୟାଗଡ଼: କରୋନା କାଳରେ ଲୋକଙ୍କ ପାଖକୁ ଗଲେ । ମାସ୍କ ବାଣ୍ଟିବା ସହ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ । ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶଚନ୍ଦ୍ର ବେହେରା ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ଘରକୁ ଘର ବୁଲି ମାସ୍କ ବାଣ୍ଟିବା ସହ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି । କେଉଁଠି ପାଣି ସମସ୍ୟା ରହିଛି ତ ଆଉ କେଉଁଠି ରାସ୍ତା ସମସ୍ୟା । ତେବେ ସମସ୍ତ ସମସ୍ୟାର ସମାଧାନ କରିବା ଲାଗି ଲୋକଙ୍କୁ ପ୍ରତିଶ୍ରୃତି ମଧ୍ୟ ଦେଇଛନ୍ତି ବିଧାୟକ ।

ମହିପୁର ପଞ୍ଚାୟତର ମାଳିସାହି, ମାଳିସର, ନନ୍ଦିଘୋଷପୁର ଏବଂ ବଡ଼ଗୋଠ ପଞ୍ଚାୟତର ପୁରୁଣା ବାଘୁଆସାହି ଗ୍ରାମକୁ ଯାଇ ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି ବିଧାୟକ । କରୋନା କଟକଣାକୁ ମାନି ଲୋକଙ୍କ ସହ ମିଶିବା ସହ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ସେପଟେ ଗ୍ରାମବାସୀମାନେ ମଧ୍ୟ ବିଧାୟକଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ବିଧାୟକଙ୍କ କାର୍ଯ୍ୟଶୈଳୀକୁ ସାଧାରଣରେ ପ୍ରଂଶସା କରାଯାଇଛି ।
