Odia News Portal

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ୪ ମୃତ

ନୟାଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ନୟାଗଡ଼ ଓଡ଼ଗାଁ ଥାନା କରଡ଼ା ନିକଟରେ ଘଟିଛି ଦୁର୍ଘଟଣା। କାରଟି ଭୁବନେଶ୍ୱରରୁ ନନ୍ଦିଘୋର ଫେରିବା ବେଳେ କରଡ଼ା ନିକଟରେ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ କାର ଡ୍ରାଇଭର ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା।

ମୃତକମାନେ ନନ୍ଦୀଘୋର ନୋଳିଆ ସାହିର ରାଇସ ମିଲ ମାଲିକ ଚିରଞ୍ଜିବୀ ସାହୁ, ତାଙ୍କ ସ୍ତ୍ରୀ ମଧୁସ୍ମିତା ସାହୁ, ପୁଅ ଆଦିତ୍ୟ ସାହୁ ଓ ଗାଡ଼ି ଡ୍ରାଇଭର ସନ୍ତୋଷ ନାୟକ ବୋଲି ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।