Odia News Portal

ଦ୍ୱିତୀୟ ପାଳିରେ ଫେଲ ମାରିଲେ ଭାରତୀୟ ଓପନର ଯୋଡ଼ି

ଲର୍ଡ୍ସ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାଳିରେ ଭାରତୀୟ ଓପନରଙ୍କ ନିରାଶ ଜନକ ପ୍ରଦର୍ଶନ । ରାହୁଲ ଏବଂ ରୋହିତ ଯୋଡ଼ି ଅଧିକ ସମୟ ତିଷ୍ଠି ପାରିନାହିଁ । ରାହୁଲ ମାତ୍ର ୫ ରନ କରିଥିବା ବେଳେ ରୋହିତ ୨୧ ରନ କରିବାରେ ସକ୍ଷମ ହୋଇଛନ୍ତି । ଏବେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରା ବ୍ୟାଟିଂ ଜାରି ରଖିଛନ୍ତି । ଭାରତ ୫୨ ରନ କରି ଖେଳ ଜାରି ରଖିଛି । ଭାରତ ଏବେ ମାତ୍ର ୨୫ ରନର ଲିଡ ଦେଇଛି । ଆଜି ହେଉଛି ଚତୁର୍ଥ ଦିନ । ମ୍ୟାଚ ଜିତିବାକୁ ହେଲେ ଭର୍ତକୁ ବଡ଼ ସ୍କୋର କରିବା ସହ ଇଂଲଣ୍ଡକୁ ହରାଇବାକୁ ପଡ଼ିବ । ତେବେ ବିରାଟ ଏବଂ ପୂଜାରା ଯୋଡ଼ି ଅଧିକ ସମୟ ତିଷ୍ଠିରେ ଦଳ ଭଲ ପ୍ରଦର୍ଶନ କରିବ । ତେବେ ଦେଖିବାକୁ ବାକି ରହିଲା ଏହି ଦୁଇ ଖେଳାଳୀ କଣ କରୁଛନ୍ତି ।