Odia News Portal

କରୋନା ପଜିଟିଭ୍‌ ନାହାନ୍ତି ସାଇନା ନେହ୍ୱାଲ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଓପନରେ ବୁଧବାର ଖେଳିପାରନ୍ତି ସାଇନା ନେହ୍ୱାଲ । ବ୍ୟାଡମିଣ୍ଟନ ଷ୍ଟାର ସାଇନା କରୋନା ପଜିଟିଭ୍‌ ନାହାନ୍ତି। ପ୍ରଥମେ ଯେଉଁ ରିପୋର୍ଟ ଆସିଥିଲା ତାହା ଭୁଲ ବୋଲି ବ୍ୟାଡମିଣ୍ଟନ ଆସୋସିଏସନ୍‌ ଅଫ ଇଣ୍ଡିଆ (ବିଏଆଇ) ପକ୍ଷରୁ ସୂଚନା ମିଳିଛି । ପ୍ରଥମେ ଖବର ଆସିଥିଲା ସାଇନା ନେହ୍ୱାଲ‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖାଯାଇଛି। ତେଣୁ ସେ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ ନାହିଁ।

କିନ୍ତୁ ଅନ୍ୟପଟେ ସାଇନା ଟ୍ୱିଟ୍‌ କରି ଜଣାଇଥିଲେ, ‘ମୋତେ ଏବେ ସୁଦ୍ଧା କରୋନା ରିପୋର୍ଟ ମିଳିନାହିଁ। ଆଜି ମ୍ୟାଚ୍‌ ପାଇଁ ୱାର୍ମ ଅପ୍‌ ପୂର୍ବରୁ ମୋତେ ବ୍ୟାଙ୍ଗକକ୍‌ର ଏକ ହସ୍ପିଟାଲରେ ଭର୍ତ୍ତି ହେବାକୁ କୁହାଯାଇଥିଲା । ଏମିତି କହିଥିଲେ କି ମୁଁ କରୋନା ପଜିଟିଭ୍‌।’ କରୋନା ମହାମାରୀ ପାଇଁ ପାଖାପାଖି ୧୦ ମାସ ହେଲା ଅନ୍ତରାଷ୍ଟ୍ରୀୟ କ୍ୟାଲେଣ୍ଡର ପ୍ରଭାବିତ ହୋଇଥିଲା। ଏହା ପରେ ଭାରତୀୟ ଖେଳାଳି ସାଇନା ନେହ୍ୱାଲ ମଙ୍ଗଳବାର ଦିନ ଆରମ୍ଭ ହୋଇଥିବା ଥାଇଲାଣ୍ଡ ଓପନ୍‌ରେ ସେ ମଇଦାନକୁ ଫେରିଥାନ୍ତେ। ତେବେ ଏହା ପୂର୍ବରୁ ସେ କରୋନା ପଜିଟିଭ୍‌ ଥିବା କୁହାଯାଇଥିଲା। ଯାହାକୁ ନେଇ ନାରାଜ ଥିଲେ ସାଇନା । ସେପଟେ ଥାଇଲ୍ୟାଣ୍ଡ ଓପନର ପ୍ରଥମ ଦନରେ ପ୍ରଥମ ରାଉଣ୍ଡରୁ ବାଦ ପଡ଼ିଛନ୍ତି ପି.ଭି ସିନ୍ଧୁ ଓ ସାଇ ପ୍ରଣୀତ ।