Odia News Portal

ଧରା ପୃଷ୍ଠରେ ମା’ ବାଗ୍‌ଦେବୀଙ୍କ ଆରାଧନା…

ଭୁବନେଶ୍ବର: ଚଳିତ ବର୍ଷ ବସନ୍ତପଞ୍ଚମୀ ୧୬ ଫେବୃଆରୀ ୨୦୨୧ରେ ପଡୁଛି। ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ମା ସରସ୍ବତୀଙ୍କ ଦିନ ବୋଲି ମଧ୍ୟ କୁହାଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ଦିନ ଶବ୍ଦର ଶକ୍ତି ମନୁଷ୍ୟଙ୍କର ଜୀବନକୁ ଆସିଥିଲା।

* ପୌରାଣିକ ମାନ୍ୟତା:-

ପୁରାଣରେ ସରସ୍ୱତୀଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥାଏ। ଗୋଟିଏ ଉପାଖ୍ୟାନରେ ବର୍ଣ୍ଣିତ ଅଛି, ମା’ ସରସ୍ୱତୀଙ୍କୁ ବ୍ରହ୍ମା ନଜ ମୁହଁରୁ ପ୍ରକଟ କରଥିଲେ। ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁସାରେ ଦେବୀ ମହାଲକ୍ଷ୍ମୀଙ୍କର ଏକ ରୂପ ମା ସରସ୍ୱତୀ ଅଟନ୍ତି ।ସେହିଭଳି ଲେଖା ଅଛି ସୃଷ୍ଟିକୁ ବାଣୀ ଦେବା ପାଇଁ ଭଗବାନ ବ୍ରହ୍ମା କମଣ୍ଡଳୁ ଜଳ ନେଇ ଚାରିଦିଗରେ ପକାଇଥିଲେ। ଏହି ଜଳରେ ହାତରେ ବୀଣା ଧାରଣ କରି ଯେଉଁ ଶକ୍ତି ପ୍ରକଟ ହୋଇଥିଲା ତାହାକୁ ମା ସରସ୍ବତୀ ବୋଲି କୁହାଗଲା। ତାଙ୍କ ବୀଣାର ତାର ଛିଡ଼ିବା ସମୟରେ ତିନି ଲୋକରେ ଶକ୍ତି ସଂଞ୍ଚାରିତ ହୋଇଥିଲା ଏବଂ ସମସ୍ତଙ୍କୁ ଶବ୍ଦର ବାଣୀ ମିଳିଗଲା। ସେହି ଦିନ ବସନ୍ତପଞ୍ଚମୀ ହୋଇଥିବାରୁ ମା ସରସ୍ବତୀଙ୍କ ଦିନ ରୂପେ ପାଳନ କରାଯାଇଥାଏ।

*କାହିଁକି କରାଯାଏ ମା’ ବାଗ୍‌ଦେବୀଙ୍କ ଉପାସନା:-

ତେବେ ମା ସରସ୍ୱତୀଙ୍କ ଉପାସନା ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। କୁହାଯାଏ, ମା’ ବାଗ୍‌ଦେବୀଙ୍କୁ ପୂଜା କଲେ ବିଦ୍ୟା ଓ ବୁଦ୍ଧି ଲାଭ ହୁଏ। ଦେବୀ ସରସ୍ବତୀ ଜ୍ଞାନ ଏବଂ ବିଦ୍ୟାର ପ୍ରତିକ ଅଟନ୍ତି। ତାଙ୍କୁ ସାହିତ୍ୟ,କଳା,ସଂଗୀତ ଏବଂ ଶିକ୍ଷାର ଦେବୀ ବୋଲି ମଧ୍ୟ କୁହାଯାଏ। ମା ଚାରି ଭୂଜାରେ ବୀଣା,ବେଦ, କମଣ୍ଡଳୁ ଏବଂ ରୁଦ୍ରାକ୍ଷ ମାଳ ଧାରଣ କରିଥାନ୍ତି। ଏହି ପ୍ରତିକ ଆମ ଜୀବନରେ ପ୍ରେମ, ସମନ୍ବୟ ବିଦ୍ୟା,ଜପ, ଧ୍ୟାନ ତଥା ମାନସିକ ଶାନ୍ତିକୁ ପ୍ରକଟ କରିଥାଏ ।

*ବସନ୍ତ ପଞ୍ଚମୀରେ କଣ କରିବା ଉଚିତ୍ ଓ ଅନୁଚିତ୍:-

  • ଏହିଦିନ କୌଣସି ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ।
  • କୌଣସି ଲୋକଙ୍କ ସହ ଏହି ଦିନ ବାଦ-ବିବାଦ କରନ୍ତୁ ନାହିଁ।
  • ଆମିଷ ଭୋଜନ କରନ୍ତୁ ନାହିଁ।ଏହି ଦିନରେ ପିତୃ ତର୍ପଣ କରାଯାଇଥାଏ।
  • ବସନ୍ତ ପଞ୍ଚମୀ ଦିନ ସ୍ନାନ କରିବା ପରେ ଭୋଜନ ଗ୍ରହଣ କରନ୍ତୁ।
  • ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ।
  • ଏହି ଦିନରେ କୌଣସି ବୃକ୍ଷଲତା କାଟନ୍ତୁ ନାହିଁ।ବସ୍ତ୍ର, ଭୋଜନ ଦାନ କରନ୍ତୁ।
  • ସକାଳୁ ଉଠି ପିତାମାତାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ।