Odia News Portal

ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରବାରେ ଲାଗିଛି ।  ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକମାନେ ଏହାର ଶିକାର ହେବାରେ ଲାଗିଛନ୍ତି ।

ଏହାରି ମଧ୍ୟରେ ସାଂସଦ ସସ୍ମିତ ପାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ସସ୍ମିତ ପାତ୍ର ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ମାନି ସେ ସଙ୍ଗରୋଧରେ ଥିବା କହିଛନ୍ତି । ଏହା ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ସାଂସଦ ସସ୍ମିତ ପାତ୍ର ପରାମର୍ଶ ଦେଇଛନ୍ତି ।