Odia News Portal

କ୍ୱାଟର ଫାଇନାଲରେ ହାରିଗଲେ ସତୀଶ

ଟୋକିଓ ଅଲିମ୍ପିକ୍ସରେ ବକ୍ସିଂ ସୁପର ହେଭି (+୯୧କେଜି) କ୍ୱାର୍ଟର ଫାଇନାଲ୍‌ରେ ହାରିଗଲେ ସତୀଶ କୁମାର। ସେ ଉଜ୍‌ବେକିସ୍ତାନର ବାଖୋଦିର ଜଲୋଲୋଭଙ୍କ ଠାରୁ ପରାସ୍ତ ହୋଇଛନ୍ତି। ତିନୋଟି ଯାକ ରାଉଣ୍ଡରେ ସତୀଶ କୁମାରଙ୍କ ଉପରେ ଭାରି ପଡ଼ିଥିଲେ ବିଶ୍ୱର ଏକ ନମ୍ବର ଖେଳାଳି ବାଖୋଦିର। ସତୀଶଙ୍କୁ ବାଖୋଦିର ୫-୦ରେ ପରାସ୍ତ କରିଥିଲେ। ତିନୋଟି ଯାକ ରାଉଣ୍ଡରେ ସମସ୍ତ ୫ ଜଣ ଜଜ୍‌ ବାଖୋଦିରଙ୍କୁ ୧୦ ପଏଣ୍ଟ ଲେଖାଏଁ ଦେଇଥିଲେ।