Odia News Portal

ସ୍କୁଲ ଫି’ ଛାଡ ମାମଲା ରାୟ ସଂରକ୍ଷିତ

କଟକ() ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ଛାଡ ମାମଲାର ଶୁଣାଣି ଶେଷ ହୋଇଛି । ଏନେଇ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ସରକାରଙ୍କ ପକ୍ଷରୁ କମିଟି ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । କରୋନା ବେଳେ ୩୦ ପ୍ରତିଶତ ସ୍କୁଲ ଫି’ ଛାଡ କରିବାକୁ ସୁପାରିଶ କରିଥିଲା କମିଟି ।

କରୋନା ବେଳେ ସ୍କୁଲ ଫି ଛାଡ କରିବାକୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୩୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ଆବେଦନ କରାଯାଇଥିଲା ।