Odia News Portal

ସ୍କୁଲ ଖୋଲୁ ଖୋଲୁ ପଜିଟିଭ୍‌

ସ୍କୁଲ ଖୋଲୁ ଖୋଲୁ ବାହାରିଲା କରୋନା ପଜିଟିଭ । ଫଳରେ ହାଇସ୍କୁଲକୁ ସାନିଟାଇଜ କରିବା ସହିତ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ । ଏଭଳି ଘଟଣା ମଙ୍ଗଳବାର ଦାରିଙ୍ଗବାଡି ଅଞ୍ଚଳରୁ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡି ଆଶ୍ରମ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସ୍କୁଲର ସମସ୍ତଙ୍କୁ ଆଇସୋଲେସରେ ରଖାଯାଇଛି । ହେଲେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ନଜର ରଖାଯାଇଛି । ସମସ୍ତ ପିଲା ସୁସ୍ଥ ଥିବା କଥା ହାଇସ୍କୁଲର ପ୍ରଧାନ ଶିକ୍ଷକ ମୁକେଶ ଡ଼ୁଗଲ ସୂଚନା ଦେଇଛନ୍ତି । ଏହାକୁ ନେଇ ଏବେ ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି । ଆସନ୍ତା ୧୫ ତାରିଖ ଯାଏଁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।