Odia News Portal

ଶେଫାଳି ବର୍ମା ହେଲେ ମହିଳା ଟି-୨୦ ବିଶ୍ୱକପ ଦଳର କ୍ୟାପଟେନ୍

ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ପାଇଁ ଶେଫାଳି ବର୍ମା ଭାରତର କ୍ୟାପଟେନ୍ ନିଯୁକ୍ତ ହୋଇଛନ୍ତି ।

ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପର ଉଦଘାଟନ ସଂସ୍କରଣ ଆସନ୍ତା ବର୍ଷ ଜାନୁଆରୀ ୧୪ ରୁ ୨୯ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶଗ୍ରହଣ କରିବେ | ଭାରତ ଗ୍ରୁପ୍ ଡିରେ ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ସ୍କଟଲ୍ୟାଣ୍ଡ ସହିତ ସ୍ଥାନ ପାଇଛି।

ଭାରତୀୟ ଦଳ: ଶେଫାଳି ବର୍ମା (କ୍ୟାପଟେନ), ଶ୍ୱେତା ସେହରୱାକ (ଭାଇସ୍ କ୍ୟାପଟେନ), ରିଚା ଘୋଷ (ୱିକେଟ୍ କିପର), ଜି ତ୍ରିଶା, ସୌମ୍ୟା ତିୱାରୀ, ସୋନିଆ ମେହେଦିଆ, ହର୍ଲି ଗାଲା, ରୁଷିତା ବସୁ (ୱିକେଟ୍ କିପର), ସୋନମ ଯାଦବ, ମନ୍ନତ୍ କାଶ୍ୟପ , ଅର୍ଚ୍ଚନା ଦେବୀ, ପାର୍ଶବୀ ଚୋପ୍ରା, ତିତାସ୍ ସାଧୁ, ଫଲକ ନାଜ୍, ଶବନମ ଏମଡି, ଶିଖା, ନଜଲା ସିଏସି, ଯଶଶ୍ରୀ।