କଳିଙ୍ଗ ଷ୍ଟୁଡିଓରେ ଆରମ୍ଭ ହେଲା ଫିଲ୍ମ ବିବାହ ଡଟ୍ କମ୍’ ସୁଟିଂ By Swadhikar News Last updated Oct 23, 2026 ଦୀର୍ଘ ଦିନର ପ୍ରତୀକ୍ଷାର ହେଲା ଅନ୍ତ। ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେମା ଜଗତର ଅନ୍ୟତମ ପ୍ରମୁଖ ସ୍ଥାନ କଳିଙ୍ଗ ଷ୍ଟୁଡିଓ। ନବୀକରଣ ପରେ ଗତ ଅକ୍ଟୋବର ୨୦ ତାରିଖ, ମଙ୍ଗଳବାରଠାରୁ ସାଧାରଣ ଦର୍ଶକଙ୍କ ପାଇଁ ଖୋଲିଛି ଷ୍ଟୁଡିଓର ଦ୍ୱାର ଆରମ୍ଭ ହେଲା ଫିଲ୍ମ ସୁଟିଂ। କଳିଙ୍ଗ ଷ୍ଟୁଡ଼ିଓ ପରିସରରେ ଏବେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ବିବାହ ଡଟ୍ କମ୍’ର ଗୀତର ସୁଟିଂ ହୋଇଛି। ସିନେ ଜଗତରେ ଏକ ନୂଆ ଆଶା ଓ ଉତ୍ସାହ ସୃଷ୍ଟି ହୋଇଛି। ଅନେକ ନୂଆ ଓ ଆକର୍ଷଣୀୟ ସେଟ୍ ସହିତ ସଜ୍ଜିତ ଏହି ଷ୍ଟୁଡିଓ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପକୁ ଏକ ଭିନ୍ନ ସ୍ତରକୁ ନେଇଯିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଜଣାପଡ଼ିଛି। ୱାକ୍ସମ୍ୟାନ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ଏହି ସିନେମାର ପ୍ରଯୋଜନା ଦାୟିତ୍ୱରେ ଅରବିନ୍ଦ ମିଶ୍ର ଥିବାବେଳେ, ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଆପୁ କାନୁନଗୋ। ବର୍ତ୍ତମାନ କଳିଙ୍ଗ ଷ୍ଟୁଡିଓ ଭିତରେ ଚଳଚ୍ଚିତ୍ରର ବିଭିନ୍ନ ଆକର୍ଷଣୀୟ ଗୀତର ସୁଟିଂ ଜୋରସୋରରେ ଚାଲିଛି। ଏହି ଚଳଚ୍ଚିତ୍ରରେ କଳାକାରମାନଙ୍କର ଏକ ସୁନ୍ଦର ସମାବେଶ ଦେଖିବାକୁ ମିଳିଛି। ଏଥିରେ ମୁମ୍ବାଇର ବିଶିଷ୍ଟ ଅଭିନେତା ରାଜେଶ ଶର୍ମା, କଲିକତାର ଲୋକପ୍ରିୟ ଅଭିନେତ୍ରୀ ପ୍ରାନ୍ତିକା ଦାସ, ମୁମ୍ବାଇ ର ଅଭିନେତ୍ରୀ ଗୁଲାନ ପାଣ୍ଡେ ବରିଷ୍ଠ ଓଡ଼ିଆ ଅଭିନେତ୍ରୀ ପୁଷ୍ପା ପଣ୍ଡା,ପୁଷ୍ପା ପଣ୍ଡା, ଅଭିନେତା ଅଙ୍କିତ କୁମାର ଏବଂ ଅଭିଷେକ ଗିରି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । କଳିଙ୍ଗ ଷ୍ଟୁଡିଓ ଏହାର ପୁନଃ ରୂପାୟନ ଏବଂ ନବୀକରଣ ପରେ ‘ବିବାହ ଡଟ୍ କମ୍’ ଭଳି ଏକ ବ୍ୟୟବହୁଳ ଚଳଚ୍ଚିତ୍ରର ଶୁଟିଂ ଏଠାରେ ଆରମ୍ଭ ହେବା ଏକ ଗୌରବର ବିଷୟ ବୋଲି ଓଡ଼ିଶାର ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ର ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। Share