Odia News Portal

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ

ଭୁବନେଶ୍ୱର: ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ ପଟୁ ପ୍ରବେଶ ପାଇଁ ଅନୁମତି ମିଳିବ । ସକାଳ ୭ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକ ପ୍ରବେଶ କରିପାରିବେ । ରାତ୍ରି ରହଣି ଲାଗି କେବଳ ଅନଲାଇନରେ ବୁକିଂ କରିହେବ । ଅଭୟାରଣ୍ୟ ଖୋଲିବା ନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି ।

କରୋନା ପରବର୍ତ୍ତୀ ସମୟରେ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍‍ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି। ଏଥିପାଇଁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଚଳିତ ବର୍ଷ ଶିମିଳିପାଳରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବ ମାଉଣ୍ଟେନ୍‍ ସାଇକେଲିଂ। ତାଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ଭଲିବଲ୍‍, ବ୍ୟାଡମିଣ୍ଟନ୍‍, କ୍ୟାରମ୍‍ ଚେସ୍‍ ଆଦି ସହ ନେଚର ୱାର୍କର ସୁବିଧା କରାଯାଇଛି।