Odia News Portal

ଏହି ଖେଳାଳୀଙ୍କ ସ୍ଥାନରେ ଖେଳିପାନ୍ତି ସିରାଜ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଖେଳିବା ଲାଗି ଇଂଲଣ୍ଡ ଗସ୍ତରେ ଅଛି ଟିମ୍ ଇଣ୍ଡିଆ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖୋଳଯିବାକୁ ଥିବା ମ୍ୟାଚରେ ସାମ୍ଭବ୍ୟ ୧୧ଜଣିଆ ଦଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଇଂଲଣ୍ଡରେ ଏବେ ଥଣ୍ଡା ପଡୁଥିବାରୁ ପେସରଙ୍କୁ ପିଚ୍ ସୁଧାଇବ ବୋଲି କ୍ରିକେଟ ପଣ୍ଡିତମାନେ ମତ ରଖୁଛନ୍ତି । ତେବେ ଦଳରେ ସାମିଲ ହୋଇଥିବା ବୁମରା, ସାମି ଓ ଇଶାନ୍ତ ଖେଳିବେ ବୋଲି କୁହାଯାଉଛି ।

ଯୁବ ପ୍ରତିଭା ମହମ୍ମଦ ସିରାଜ ଖେଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ସେ ଯଦି ଖେଳନ୍ତି ତେବେ ଇଶାନ୍ତଙ୍କ ସ୍ଥାନରେ ଖେଳିବେ । ତେବେ ବିଦେଶରେ ଇଶାନ୍ତଙ୍କ ବୋଲିଂ ପ୍ରଦର୍ଶନ ଭଲ ରହିଛି । ଲମ୍ବା ବୋଲିଂ କରିବାର ଦକ୍ଷତା ମଧ୍ୟ ତାଙ୍କର ରହିଛି । ସେପଟେ ଅଶ୍ୱିନୀ ଓ ଜାଡେଜା ଉଭୟ ବୋଲିଂ ଓ ବ୍ୟାଟିଂ ଭଲ କରୁଥିବାରୁ ଉଭୟ ଦଳରେ ଖେଳିପାରନ୍ତି । ଯାହାକୁ ନେଇ ସିରାଜଙ୍କ ସ୍ଥାନ ନମିଳିବା ଚର୍ଚ୍ଚା ହେଉଛି । ତେବେ ନ୍ୟୁଜିଲାଣ୍ଡର ୪ଜଣ ପେସର ବୋଲର ଖେଳି ବୋଲି ଶୁଣିବାକୁ ମିଳୁଛି ।