ଭୁବନେଶ୍ବର: ବିଶିଷ୍ଟ ଶ୍ରମିକ ନେତା ଲଲିତ ନାୟକଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ସୋମବାର ଦିନ ସକାଳ ୫.୩୦ରେ ଲଳିତଙ୍କ ପରଲୋକ ହୋଇଯାଇଛି ।
ସୂଚନା ଅନୁଯାୟୀ, ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ପ୍ରାୟ ସାଢ଼େ ୫.୩୦ରେ ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ମାସ ଧରି ଅସ୍ଥିମଜ୍ଜା କ୍ୟାନ୍ସର ରୋଗରେ ପୀଡ଼ିତ ହେବାପରେ ସେ ଭୁବନେଶ୍ୱରେ ରହି ଚିକିତ୍ସାଧୀନ ଥିଲେ ।
ସମାଜସେବୀ ଶ୍ରୀ ନାୟକ ଗତ ଜୁନ୍ ମାସ ୨୯ ତାରିଖରେ ପଡ଼ିଯିବା କାରଣରୁ ବାମ ଗୋଡ଼ର ଜଙ୍ଘରେ ଆଘାତ ଲାଗି ଭାଙ୍ଗି ଯାଇଥିଲା । ଜୁନ୍ ୩୦ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଥିଲା । ସେହି ସମୟରେ ୧୮ ବର୍ଷ ପୂର୍ବର ଦୁର୍ଘଟଣାର ଅସ୍ତ୍ରୋପଚାର ବେଳେ ଲାଗିଥିବା ୧୮ ଇଞ୍ଚର ଏକ ରଡ୍ ବାହାର କରାଯାଇଥିଲା । ଶ୍ରୀ ନାୟକଙ୍କ ହିମୋଗ୍ଲୋବିନ ବୃଦ୍ଧି ହେଉ ନ ଥିବାରୁ କ୍ୟାନସର ହୋଇ ଥାଇପାରେ ବୋଲି ସେତେବେଳେ ଡକ୍ତରଙ୍କର ସନ୍ଦେହ ହୋଇଥିଲା। ପରୀକ୍ଷା ପରେ କ୍ୟାନସର ପଜିଟିଭ୍ ଆସିଥିଲା । ପଶ୍ଚିମ ଓଡିଶା ଶ୍ରମିକ ସଂଗଠନର ସଭାପତି ଥିଲେ ଲଳିତ । ୪୦ରୁ ଅଧିକ ସଂଗଠନର ସଭାପତି ଥିଲେ ଲଳିତ । ଚାଷୀଙ୍କ ହକ୍ ପାଇଁ ସଦାସର୍ବଦା ଆନ୍ଦୋଳନ କରିଆସୁଥିଲେ ଲଳିତ।