Odia News Portal

ପଞ୍ଚାୟତ ରାଜନୀତିରେ ସଫ୍ଟୱେର ଇଞ୍ଜିନିୟର

ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ହୋଇଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀ । ନବରଙ୍ଗପୁର ରାଜନୀତି ରେ ଶିକ୍ଷିତ ଯୁବକଙ୍କ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଡକ୍ତରଙ୍କ ପରେ ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ନାମୀଦାମୀ କମ୍ପାନୀରେ ଚାକିରି କରି ଫେରିଥିବା ଜଣେ ବିଦେଶ ଫେରନ୍ତା ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଜିଲ୍ଲା ପରିଷଦ ଜୋନ-୨ରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ରାଜନୀତି ଯୋଗୁ ବିଜେଡି ଓଡ଼ିଶାରେ ନିରବଚ୍ଛିନ୍ନ ଭାବେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ହେଲା ଶାସନ କରିଆସୁଛି । ଯାହା ରତିକାନ୍ତଙ୍କୁ ଗଭୀର ପ୍ରଭାବିତ କରିଥିଲା । ତେଣୁ ବିଜେଡିରେ ଯୋଗଦାନ କରି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଥିବା କହିଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ଅଧିକରୁ ଅଧିକ ଯୁବପିଢୀ ସାମିଲ ହେଉଛନ୍ତି ।