Odia News Portal

ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବାପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଅଛି | 08646 ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଇଦ୍ରାବାଦରୁ 16.04.2021 ରୁ 30.04.2021 ମଧ୍ୟରେ ପ୍ରତ୍ୟହ ସକାଳ ୮ ଘଟିକାରେ ଛାଡି ହାଓଡ଼ା ଠାରେ ତା’ ପରଦିନ ଅପରାହ୍ନ ୨ଘ.୪୦ମି.ରେ ପହଞ୍ଚିବ |

ସେହିଭଳି, ଫେରିବା ମାର୍ଗରେ 08645 ହାଓଡ଼ା-ହାଇଦ୍ରାବାଦ ବିଶେଷ ଟ୍ରେନ 18.04.2021 ରୁ 02.05.2021 ପର୍ଯ୍ୟନ୍ତ ହାଓଡ଼ା ଠାରୁ ପ୍ରତ୍ୟକ ଦିନ ପୂର୍ବାହ୍ନ ୧୧ଘ.୩୦ମି.ରେ  ଛାଡି ହାଇଦ୍ରାବାଦରେ ତା’ପରଦିନ ସନ୍ଧ୍ୟା ୫ଘ.୩୦ମି.ରେ ପହଞ୍ଚିବ |

ଏହି ଟ୍ରେନ୍ ହାଇଦ୍ରାବାଦ ଏବଂ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ଗୋଟିଏ ଏସି-୨ ଟାୟାର୍, ତିନିଟି ଏସି -3 ଟାୟାର୍, 12 ଟି ସ୍ଲିପର୍ କ୍ଲାସ୍, ତିନିଟି ସେକେଣ୍ଡ୍ କ୍ଲାସ୍ ସିଟିଙ୍ଗ, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଏବଂ ଗୋଟିଏ ପାର୍ସଲ୍ ଭ୍ୟାନ ଉପଲବ୍ଧ ଅଛି |