Odia News Portal

ସ୍କୁଲ ଖୋଲିବା ପାଇଁ ଗାଇଡ଼ଲାଇନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। ପ୍ରାୟ ୯ ମାସ ଧରି ବନ୍ଦ ରହିବା ପରେ ପିଲା ସ୍କୁଲ ଯିବେ। ସ୍କୁଲ ଖୋଲିବା ନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ସେ ନେଇ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି | ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟରେ ସରକାରୀ ଏବଂ ଘରୋଇ ସ୍କୁଲ ଖୋଲିବ |ତେବେ କରୋନା କଟକଣା ମଧ୍ୟରେ ସ୍କୁଲରେ ପାଠ ପଢ଼ାଯିବ | ସେହିଭଳି କଣ୍ଟେନମେଣ୍ଟ ଜୋନରେ ସ୍କୁଲ ଖୋଲାଯିବ ନାହିଁ | ତେବେ କେହି ପିଲା ଘରେ ରହି ପାଠ ପଢିବାକୁ ଚାହିଁଲେ ତାଙ୍କୁ ବାରଣ କରାଯିବ ନାହିଁ | ସଂକ୍ରମଣ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିୟମିତ ଭାବେ ଶ୍ରେଣୀ ଗୃହକୁ ସାନିଟାଇଜ କରାଯିବ |

ସେହିଭଳି ପାନୀୟ ଜଳ ଓ ଶୌଚାଳୟ ନଥିବା ସ୍କୁଲ ଖୋଲି ପାରିବନାହିଁ | ପ୍ରତି ଶ୍ରେଣୀଗୃହରେ ୨୦ରୁ ୨୫ ପିଲା ବସି ପାଠ ପଢି ପାରିବେ | ସ୍କୁଲ ବସ୍ ବଦଳରେ ଅଭିଭାବକ ମାନେ ପିଲାଙ୍କୁ ସାଙ୍ଗରେ ଆଣି ସ୍କୁଲରେ ଛାଡିବାକୁ ପରାମର୍ଶ ଦିଆଯାଇଛି | କୌଣସି ପିଲାକୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବ ନାହିଁ | କେବଳ ଅଭିଭାବକ ଏବଂ ପିଲା ରାଜି ହେବା ପରେ ସ୍କୁଲ ଆସିପାରିବେ ପିଲା | ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ। ଏହି ଦିନ ମଧ୍ୟ କ୍ଲାସ୍ ଚାଲୁ ରହିବ। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ପାଠପଢ଼ା ହେବ। ଦ୍ୱାଦଶ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ପାଠପଢ଼ା ଚାଲୁ ରହିବ।