Odia News Portal

ଏସଟିଏଫର ୨୭ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ସଶକ୍ତ ହେବ ଏସଟିଏଫ୍ । ୨୭ ନୂଆ ପଦବୀ ଲାଗି ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଦବୀ । ନିଶା କାରବାର କରୁଥିବା ବ୍ୟବସାୟୀ ଦିଆଯାଇଛି ଚେତାବନୀ । ହୋଇଯାଅ ସାବଧାନ । ନହେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ୨୭ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

ଏହାସହ ଗଠନ ହେବ ଡେଡିକେଟେଡ୍ ନାର୍କୋଟିକ୍ ୟୁନିଟ୍ । ଏହି ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ୨୭ଟି ନୂଆ ପଦବୀ ସହିତ ଜଣେ ଏସପି ଓ ୩ଜଣ ଡେପୁଟି ଏସ୍ପି ନିଯୁକ୍ତ ହେବେ । ଏସଟିଏଫ୍ର ୨ଟି ୟୁନିଟ୍ର ନେତୃତ୍ବ ନେବେ ଜଣେ ଏସପି । ଗୋଟିଏ ଏସଟିଏଫ୍ ନାର୍କୋଟିକ୍ସ ୟୁନିଟ୍ ଓ ଅନ୍ୟଟି ଏସଟିଏଫ୍ କ୍ରାଇମ୍ ୟୁନିଟ୍ ରହିବ । ଏଭଳି ସଶକ୍ତ, ସହଯୋଗ ଓ ଗାଇଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୋଲିସ ଡିଜି ଅଭୟ କୃତଜ୍ଞତା ଜଣାଇଛନ୍ତି । ଏସ୍ଟିଏଫ୍ ଭବିଷ୍ୟତରେ ଆହୁରି ଭଲ କାମ କରିବ ବୋଲି ଭରସା ଦେଇଛନ୍ତି ପୋଲିସ ଡିଜି ଅଭୟ ।