ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଥରିଲା ଉତ୍ତର ଭାରତ। ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ବୋଲି ମପାଯାଇଛି । ଭୂମିକମ୍ପର ପ୍ରଭାବ ହରିୟାଣା, ରାଜସ୍ଥାନ, ଜାମ୍ମୁ କାଶ୍ମୀରରେ ପଡ଼ିଛି। ଭୂକମ୍ପର କେନ୍ଦ୍ର ତାଜିକିସ୍ତାନ ଥିବା କୁହାଯାଉଛି।

ରିକ୍ଟର ସ୍କେଲର ତୀବ୍ରତା ୬.୧ ସହ ପଞ୍ଜାବର ଅମୃତସରରେ ରାତି ୧୦.୩୪ରେ ଅନୁଭୂତ ହୋଇଛି ଭୂକମ୍ପ। ଭୂକମ୍ପର ପ୍ରଭାବ ଉତ୍ତରାଖଣ୍ଡ ଏ୨ବଂ ନୋଏଡାରେ ବି ପଡ଼ିଛି। ଜାମ୍ମୁର କିଛି ଅଞ୍ଚଳରେ ଭୂକମ୍ପ ଥରାଇଥିବା ଜଣାପଡ଼ିଛି। ତେବେ ତାଜିକିସ୍ତାନରେ ଭୂକମ୍ପର ୧୦.୩୧ରେ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୩ ଥିଲା।

ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଦିଲ୍ଳୀ-ଏନସିଆରରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ। ଏହି ଭୂମିକମ୍ପ ଫଳରେ ଦିଲ୍ଲୀ ଅଞ୍ଚଳରେ ଲୋକମାନେ ବେଶ ଭୟଭୀତ ହୋଇଯାଇଛନ୍ତି । ଲୋକମାନେ ଘର ଥରିବାରୁ ସେମାନେ ହଠାତ୍ ବାହାରକୁ ଚାଲିଆସିବା ଦେଖିବାକୁ ମିଳିଛି । ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି।