Odia News Portal

ରୋହିତଙ୍କ ପଛେ ପଛେ ପାଭିଲିୟନ ଫେରିଲେ ଗିଲ୍‌

ସାଉଥମ୍ପଟନ୍‌: ପ୍ରଥମ ସେସନରୁ ଭାରତକୁ ଝଟକା । ୨୬ ଓଭର ମଧ୍ୟରେ ୨ଟି ୱିକେଟ ବିନିମୟ କରିସାରିଲାଣି ଭାରତ । ପ୍ରଥମେ ରୋହିତ ଶର୍ମା ଆଉଟ୍ ହୋଇଥିବା ବେଳେ ପରେ ଶୁଭମନ ଗିଲ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି । ରୋହିତ ୬୮ ବଲରୁ ୩୪ ରନ କରିଥିବା ବେଳେ ଗିଲ ୬୪ଟି ବଲରୁ ୨୮ ରନ କରିଛନ୍ତି । ସେ ନେଲ ଆଙ୍ଗରଙ୍କ ବଲରେ କ୍ୟାଚ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି । ଭାରତ ଏବେ ୬୯ ରନରେ ୨ଟି ୱିକେଟ ହରାଇଛି । ଏବେ ଦଳର ଅଧିନାୟକ ବିରାଟ କୋହଲି ଓ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାର କ୍ରିଜରେ ମହଜୁଦ ଅଛନ୍ତି । ଉଭୟଙ୍କ ପାଟନରସିପ ଭାରତକୁ ବଡ଼ ସଫଳତା ଦେଇପାରେ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି । ପୂଜାରା ୨୪ଟି ବଲ ଖେଳି ଖାତା ଖୋଲିନଥିବା ବେଳେ ବିରାଟ ୧୨ଟି ବଲର ସମ୍ମୁଖୀନ ହୋଇ ୬ ରନ କରିବାରେ ସଫଳ ହୋଇଛନ୍ତି ।