Odia News Portal

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି

ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ଆଦେଶ । ବିବାହିତ ମହିଳା ହୁଅନ୍ତୁ କିମ୍ବା ଅବିବାହିତ ମହିଳା । ସମସ୍ତଙ୍କର ଗର୍ଭପାତ କରିବାର ଅଧିକାର ରହିଛି । ସମସ୍ତ ମହିଳା ସୁରକ୍ଷିତ ଏବଂ ଆଇନଗତ ଗର୍ଭପାତ ପାଇଁ ହକଦାର ଅଟନ୍ତି । ଅଦାଲତ କହିଛନ୍ତି ଯେ, ଭାରତର ଅବିବାହିତ ମହିଳା ଏମଟିପି ଆକ୍ଟ ଧାରାରେ ଗର୍ଭପାତ କରାଇବାର ଅଧିକାର ରହିଛି । ସେହିପରି ବିବାହିତା ମହିଳାମାନେ ମଧ୍ୟ ଏହି ଆଇନ ପରିସରଭୁକ୍ତ । ବିବାହିତା ଓ ଅବିବାହିତା ନାଁରେ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରାଯିବା ଆସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି । ବିବାହ କରିବା ପରେ ଅନିଚ୍ଛାକୃତ ଯୌନସଂପର୍କ ବା ଦୁଷ୍କର୍ମକୁ ବୌବାହିତ ଦୁଷ୍କର୍ମ ବୋଲି ଉଲ୍ଲେଖ କରିବାକୁ କୋର୍ଟ ରାୟ ଦେଇଛନ୍ତି ।
ଜଣେ 25 ବର୍ଷିୟା ଅବିବାହିତା ଯୁବତୀଙ୍କ ପିଟିସନର ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଏହି ଯୁବତୀ ଜଣକ ସୁପ୍ରିମକୋର୍ଟ ଯାଇଥିଲେ । ଆବେଦନରେ ସେ ଉଲ୍ଲେଖ କରିଥିଲେ, ସେ ଅବିବାହିତା ଥିବାରୁ ଦିଲ୍ଲୀ ହାଇକୋର୍ଟ ଗର୍ଭପାତ ଆଇନ ଅନୁଯାୟୀ ସେ ଗର୍ଭପାତ କରିପାରିବେ ନାହିଁ ବୋଲି କହିଥିଲେ । ଗର୍ଭପାତ ଆଇନ ଅନୁଯାୟୀ, ଗର୍ଭଧାରଣର 24 ସପ୍ତାହ ମଧ୍ୟରେ ଜଣେ ଗର୍ଭପାତ କରିପାରିବ । ଆବେଦନକାରୀ ମହିଳା ଜଣକ ଗର୍ଭଧାରଣର 23 ସପ୍ତାହ ହୋଇଥିଲା ଏବଂ ସହମତି ଭିତରେ ସେ ଯୌନସଂପର୍କ ରଖିବା ଯୋଗୁ ସେ ଗର୍ଭବତୀ ହୋଇଥିଲେ ।