ଶାରଜା: ଭାରତୀୟ ଫୁଟବଲ ଟିମକୁ ଅଲ ଶାରଜା ଷ୍ଟାଡିୟମରେ ଏଏଫସି ଏସୀୟ କପର ଗୃପ-ଏରେ ନିଜର ୩ୟ ମ୍ୟାଚ ୦-୧ରେ ବାହାରିନ ଠାରୁ ହାରିବାକୁ ପଡିଛି । ଏହି ପରାଜୟ ପରେ ଭାରତ ଏଏଫସି ଏସିଆ କପ ନକଆଉଟ ପହଂଚିବାରେ ସୁବର୍ଣ୍ଣ ସୁଯୋଗ ହାତ ଛଡ଼ା କରିଛି । ଭାରତ ନକଆଉଟରେ ପହଂଚିବା ପାଇଁ ଏହି ମ୍ୟାଚରେ ବିଜୟ ଅଥବା ଡ୍ର ଦରକାର କରୁଥିଲା । ଭାରତ ୯୧ ମିନିଟ ପର୍ଯ୍ୟନ୍ତ ବାହାରିନକୁ ଅଟକାଇଥିଲା । ଶେଷ ମୂହୁର୍ତ୍ତରେ ଭାରତ ଗୋଟିଏ ପଏଣ୍ଟ ହାସଲ କରିବାରେ ବିଫଳ ହୋଇଥିଲା ।
ମ୍ୟାଚରେ ଭାରତୀୟ ଅଧିନାୟକ ପ୍ରଣୟ ହଲଦାରଙ୍କ ତ୍ରୁଟି ଯୋଗୁଁ ବାହାରିନକୁ ପେନାଲଟି ସୁଯୋଗ ମିଳିଥିଲା । ଜମାଲ ରସିଦ ଗୋଲ ଦେବାରେ ଭୁଲ କରି ନଥିଲେ । ଭାରତ ନିଜର ପ୍ରଥମ ମ୍ୟାଚ ଥାଇଲାଣ୍ଡକୁ ୪-୧ରେ ପରାସ୍ତ କରିଥିଲା କିନ୍ତୁ ଆୟୋଜକ ୟୁଏଇ ଠାରୁ ୦-୨ରେ ପରସ୍ତ ହୋଇଥିଲା । ଭାରତର ଗୋଲକିପର ଅସନ ଇଥାହୋଡିକା ଆଘାତର ସମ୍ମୁଖୀନ ହୋଇଥିଲେ ଏବଂ ୪ର୍ଥ ମିନିଟରେ କୋଚ ଷ୍ଟିଫେନ କନସେଣ୍ଟଟାଇନଙ୍କୁ ଏସ ରଂଜନ ସିଂହଙ୍କୁ ରକ୍ଷକ ଦାୟିତ୍ୱ ଦେଇଥିଲେ । ଭାରତ ନିକଟରେ ୧୩ ମିନିଟରେ ଗୋଲ ଦେବାର ସୁଯୋଗ ଥିଲା କିନ୍ତୁ ଭାରତୀୟ ଖେଳାଳିମାନେ ଏହି ସୁଯୋଗ ହାତ ଛଡ଼ା କରିଥିଲେ ।
