Odia News Portal

ଟି-୨୦ ବିଶ୍ୱକପ୍ : ୟୁଏଇ ବିକଳ୍ପ ସ୍ଥାନ

ନୂଆଦିଲ୍ଲୀ : ଆଇସିସି ଟି -20 ବିଶ୍ୱକପକୁ ହେବାକୁ ପାଞ୍ଚ ମାସ ଥିବାବେଳେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ଇଭେଣ୍ଟ ପାଇଁ ବିକଳ୍ପ ସ୍ଥାନ ଭାବରେ ଷ୍ଟାଣ୍ଡବାଇରେ ରଖାଯାଇଛି। କିଛି ଦିନ ହେବ ଭାରତରେ ଦୈନିକ ତିନି ଲକ୍ଷରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭାରତରେ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍) ୨୦୨୧ ଖେଳାଯାଉଛି। ପୁଣି ବର୍ଷର ଶେଷ ଆଡକୁ ଟି-୨୦ ବିଶ୍ଵ କପ୍ ଆୟୋଜନ ହେବାର ଅଛି। କିନ୍ତୁ ସଂପ୍ରତି ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଟି-୨୦ ବିଶ୍ଵ କପ୍‌କୁ ଭାରତରୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିପାରେ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ସମସ୍ତ ବିକଳ୍ପକୁ ଖଣ୍ଡନ କରୁଥିବାବେଳେ ଯଦି ଦେଶରେ ଏହି ଟୁର୍ନାମେଣ୍ଟ ନହୁଏ ତେବେ ଭାରତର ପ୍ରଶଂସକଙ୍କ ପାଇଁ ଏହା ଏକ ବଡ ଦୁଃଖଦାୟକ ହେବ।

ଡେଲିମେଲ୍‌ର ଖବର ଅନୁଯାୟୀ, ଟି-୨୦ ବିଶ୍ଵକପ୍‌କୁ ଛଅ ମାସ ବାକି ଥିଲେ ମଧ୍ୟ ଯେଉଁଭଳି ଭାବେ ଭାରତରେ କରୋନା ସ୍ଥିତି ରହିଛି ତାକୁ ଆଖି ଆଗରେ ରଖି ୟୁଏଇରେ ବିଶ୍ଵ କପ୍‌ ଆୟୋଜନ କରାଯାଇପାରେ। ଆଇସିସି ମଧ୍ୟ ୟୁଏଇକୁ ବିକଳ୍ପ ଭେନ୍ୟୁ ଭାବେ ପ୍ରସ୍ତୁତ ରଖିଛି। ଗତ ବର୍ଷ ୟୁଏଇରେ ସଫଳତା ସହ ଆଇପିଏଲ୍ ଆୟୋଜନ ହୋଇଥିଲା।

ଗତ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵକପ୍ ଖେଳାଯିବାର ଥିଲା। ମାତ୍ର କୋଭିଡ୍-୧୯ ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଏହି ବିଶ୍ଵ କପ୍ ଆୟୋଜନ। ଅନ୍ୟପଟେ ଚଳିତ ବର୍ଷ ବିଶ୍ଵ କପ୍ ପାଇଁ ଭାରତର ନଅଟି ସହର ଚୟନ କରାଯାଇଛି। ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।