ତାମିଲନାଡୁ: ତାମିଲନାଡୁରେ ଜାରି ରହିଛି ବିଧାନସଭା ଭୋଟ ଗଣତି । କିଏ ହାତେଇବ ତାମିଲନାଡୁ ଆସନ ତା ଉପରେ ରହିଛି ସମସ୍ତଙ୍କ ନଜର । ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ସତ୍ତା ପାଇଁ ଚାଲିଛି ଟକ୍କର । ସୂଚନା ଅନୁଯାୟୀ, ଡିଏମକେ ଏବେ ପର୍ଯ୍ୟନ୍ତ 133ଟି ସିଟରେ ଆଗୁଆ ରହିଥିବା ବେଳେ ଏଆଇଡିଏମକେ 99 ଟି ସିଟ ପାଇଛି ।
ତାମିଲନାଡୁରେ ବର୍ତ୍ତମାନ ଏଆଇଏଡିଏମକେର ସରକାରର ରାଜ୍ ଚାଲିଛି। ଏଠାରେ ମୁଖ୍ୟମନ୍ତ୍ରୀ ରହିଛନ୍ତି କେ ପାଲାନିସ୍ୱାମୀ । ହେଲେ ଏଥର ନିର୍ବାଚନରେ ଡିଏମକେର ମୁଖ୍ୟ ଏମକେ ଷ୍ଟାଲିନଙ୍କ ଯାଦୁ ଦେଖିବାକୁ ମିଳିପାରେ ।ତାମିଲନାଡୁର ମୋଟ ୨୩୪ ଆସନରୁ ଡିଏମକେ ୪୪ ଆସନ ପାଇ ଆଗୁଆ ରହିଛି । ଅନ୍ୟପକ୍ଷେ ଏଆଇଏଡିଏମକେ ୨୦ ଆସନରେ ପଛୁଆ ରହିଛି ।ସିଭୋଟର ସର୍ଭେ ଅନୁଯାୟୀ ଡିଏମକେର ବଡ ବିଜୟ ହେବ ବୋଲି ଆକଳନ କରାଯାଇଥିଲା । ତେବେ ତାମିଲନାଡୁରେ କାହାର ବିଜୟ ବାନା ଉଡିବ ତା ଉପରେ ରହିଛି ସମସ୍ତଙ୍କ ନଜର ।