Odia News Portal

ଶିକ୍ଷକ ହେଲେ ସୁଶାନ୍ତ

ବରଗଡ()  ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ମନ୍ତ୍ରୀ ସୁଶାନ୍ତ ସିଂ । ଆଜି ବିଜେପୁର ବ୍ଲକର ବିଭିନ୍ନ ସ୍କୁଲ ଗୁଡିକୁ ପରିଦର୍ଶନ କରିଥିଲେ ମନ୍ତ୍ରୀ । ଏହି ସମୟରେ ପାଠପଢା କିଭଳି ଚାଲିଛି ସେ ନେଇ ତଦାରଖ କରିଥିଲେ ମନ୍ତ୍ରୀ ।

ତେବେ ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ନିଜ ଗହଣରେ ପାଇ ବହୁତ ଖୁସି ଅନୁଭବ କରିଥିଲେ । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସେହିଭଳି ଗତକାଲି ଜଣେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡିରେ ଡାକ୍ତରଖାନା ପଠାଇ ମହାନତା ଦେଖାଇଥିଲେ ସୁାଶାନ୍ତ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ସବୁ ବିଧାୟକଙ୍କୁ ସରଳ ଜୀବନ ଯାପନ କରିବା ସହିତ ଲୋକଙ୍କ ସହିତ ରହି ସମସ୍ୟା ସମାଧାନ କରିବାକୁ କହିଥିଲେ। ଆଉ ଏହାକୁ ଅନେକ ନେତା ମଧ୍ୟ କାର୍ୟ୍ୟରେ ଲଗାଇଛନ୍ତି।