Odia News Portal

ହାତରେ ନୁହଁ ଦାନ୍ତରେ ମସାଜ୍

ସାଧାରଣତଃ ମସାଜ ସେଣ୍ଟର ବା ସ୍ପାରେ ଆପଣମାନେ ମହିଳାଙ୍କୁ ହାତରେ ତେଲ ଲଗାଇ ମସାଜ ଦେଉଥିବାର ଦେଖିଥିବେ। ସେମାନେ ଏପରି ତାଙ୍କ ହାତରେ ମସାଜ ଦେଇଥାନ୍ତି କି ସମସ୍ତ ଥକାପଣ ଦୂର ହୋଇଯାଇଥାଏ। ଏପରିକି ଏବେ ମସାଜ କରିବା ବା ନେବା ଏକପ୍ରକାରର ଟ୍ରେଣ୍ଡରେ ପରିଣତ ହୋଇଛି। ବଡ଼ବଡ଼ ସହରରେ ଦେଖିବାକୁ ମିଳୁଛି ବଡ଼ବଡ଼ ସ୍ପା ସେଣ୍ଟର ଗୁଡ଼ିକରେ ସୁନ୍ଦରୀ ଝିଅ ମଧ୍ୟ ଦେଖିବାକୁ ମିଳିଥାନ୍ତି। ତେବେ ଏବେ ମସାଜର ଚାହିଦା ବଢ଼ିବା ସହ ବଦଳିଛି ଏହାର ପ୍ରକ୍ରିୟା ।
ନିକଟରେ ଆମେରିକାରେ ରହୁଥିବା ଜଣେ ମହିଳା ଏକ ଭିନ୍ନ ଧରଣର ମସାଜ ସେଣ୍ଟର ଖୋଲିଛନ୍ତି। ୪୮ ବର୍ଷ ବୟସ୍କା ଡ଼େରେଥି ଷ୍ଟିନଙ୍କ ଠାରୁ ମସାଜ ନେବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ ଜମିଥାଏ । କାରଣ ଏଠାରେ ହାତରେ ନୁହଁ ବରଂ ଲୋକଙ୍କୁ ଦାନ୍ତରେ ଦିଆଯାଇଥାଏ ମସାଜ। ଶୁଣିବାକୁ ଆଶ୍ଚର‌୍ୟ୍ୟ ଲାଗିଥିଲେ ମଧ୍ୟ ସତ। ଏହି ମସାଜ ସେଣ୍ଟରରେ ଦାନ୍ତରେ କାମୁଡ଼ିକାମୁଡ଼ି ମସାଜ ଦିଆଯାଇଥାଏ। ଯାହା ଦ୍ବାରା ଲୋକଙ୍କୁ ହାତ ମସାଜ ଅପେକ୍ଷା ଅଧିକ ଆରାମ ମିଳିଥାଏ ବୋଲି କୁହାଯାଇଥାଏ। ଏହି ଭିନ୍ନ ଧରଣର ମସାଜ ପାଇଁ ଏକଥରକୁ ୧୦ହଜାର ଟଙ୍କା ଚାର୍ଜ କରାଯାଇଥାଏ। ତେବେ ଏହି ମସାଜ ସେ ଖାସ ସେଲିବ୍ରେଟି ତଥା ଭିଆଇପିଙ୍କ ପାଇଁ ରଖିଛନ୍ତି। ଅର୍ଥାତ୍ କୌଣସି ସାଧାରଣ ବ୍ୟକ୍ତି ଏହି ମସାଜର ଫାଇଦା ଉଠାଇପାରିବେ ନାହିଁ।