Odia News Portal

ଜୈବ ବିବିଧତା ଦିବସର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର:ପ୍ରତିବର୍ଷ ୨୨ ମେ’ରେ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଏ | ଏହାକୁ ‘ବିଶ୍ୱ ଜୈବ ବିବିଧତା ସଂରକ୍ଷଣ ଦିବସ’ ମଧ୍ୟ କୁହାଯାଏ। ମିଳିତ ଜାତିସଂଘ ଦ୍ୱାରା ଏହା ଆରମ୍ଭ ହୋଇଥିଲା | ଆମ ଜୀବନରେ ଜୈବ ବିବିଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ପ୍ରାକୃତିକ ଏବଂ ପରିବେଶ ସନ୍ତୁଳନ ବଜାୟ ରଖିବାରେ ଜୈବ ବିବିଧତାର ଗୁରୁତ୍ୱକୁ ବିଚାର କରି ଜୈବ ବିବିଧତା ଦିବସକୁ ଆନ୍ତର୍ଜାତୀୟ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା |

ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇ କହିଛନ୍ତି, ଜୈବ ବିବିଧତା ନଷ୍ଟ ହେଲେ ପରିବେଶ ଓ ମାନବ ସମାଜର ସ୍ୱାସ୍ଥ୍ୟ ଉପରେ ଏହାର ଗୁରୁତର ପ୍ରଭାବ ପଡୁଛି । ତେଣୁ ଜୈବ ବିବିଧତାରୁ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ୍ । ଏଥିସହ ମାନବ ସମାଜର ସୁରକ୍ଷିତ ଭବିଷ୍ୟତ ପାଇଁଁ ପ୍ରକୃତି ଶହ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଗୁରୁତ୍ୱକୁ ସମସ୍ତେ ଉପଲବ୍ଧ କରିବା ଦରକାର ବୋଲି ନବୀନ କହିଛନ୍ତି ।