Odia News Portal

ସ୍ଥଗିତ ହେବ ପିପିଲି ଉପନିର୍ବାଚନ !

ଭୁବନେଶ୍ୱର: କରୋନାରେ ପୀଡ଼ିତ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । କିଛି ଦିନ ତଳେ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିଲେ ।ତେବେ ଅଜିତ୍‌ଙ୍କ ନିଧନ ପରେ ପିପିଲି ଉପ ନିର୍ବାଚନକୁ ଶକ୍ତ ଝଟକା ଲାଗିଛି। ଏହି ପରିପ୍ରେକ୍ଷୀରେ ପିପିଲି ଉପ ନିର୍ବାଚନ ସ୍ଥଗିତ ହୋଇପାରେ। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନ ପାଇଁ ମତଦାନ ହୋଇଥାନ୍ତା। କିନ୍ତୁ ନିର୍ଵାଚନର ୩ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ପରେ ନିର୍ବାଚନ ବନ୍ଦ ନେଇ ଘୋଷଣା କରି ପାରନ୍ତି ନିର୍ବାଚନ କମିଶନର।