Odia News Portal

ବାରହା ଫାଶରେ ପଡ଼ିଲା ବାଘ

ବ୍ରହ୍ମପୁର: ବାରହା ଜାଲରେ ପଡିଲା ବାଘ। ବାରହା ଶିକାର ପାଇଁ ବିଛା ହୋଇଥିବା ଜାଲରେ ଫସିଯାଇଛି ବାଘ | ବୁଗୁଡା-ମାଣିତରା ରାସ୍ତାର ବଡପଥର ଗାଁରେ ଏଭଳି ଘଟଣା ଘଟିଛି। ଆଜି ଜଙ୍ଗଲି ଜନ୍ତୁ ପାଇଁ ବଛା ଯାଇଥିବା ଜାଲରେ ପଡି ଯାଇଥିଲା ଚିତାବାଘ । ଗଞ୍ଜାମ ଜିଲ୍ଲା ବୁଗୁଡା ବନବିଭାଗର ନଗୁଡୁ ଗ୍ରାମର କୁଣ୍ଡାଖାଇ ପାହାଡରେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ବେଆଇନ୍ ଭାବେ ଫାସ ବସା ଯାଇଥିଲା ।

ଯେଉଁଥିରେ ଏକ ଚିତାବାଘ ପଡି ଯାଇଥିଲା । ଏନେଇ ଖବର ପାଇ ବୁଗୁଡା ବନବିଭାଗ ଚିତାବାଘକୁ ଉଦ୍ଧାର କରିଛି । ଦକ୍ଷିଣାଞ୍ଚଳ ବନଖଣ୍ଡର କୁର୍ଚୁଲି ଜଙ୍ଗଲରୁ ବାଘ ଚାଲି ଆସିଥିବା ଅନୁମାନ କରାଯାଉଛି। ବାଘ ଦେଖିବା ପାଇଁ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ପ୍ରବଳ ଭିଡ ଲାଗିଥିଲା । ଜାଲରୁ ବାଘକୁ ମୁକୁଳାଇବା ଲାଗି ବନ କର୍ମଚାରୀ ପ୍ରାଣପଣେ ଉଦ୍ୟମ କରିଥିଲେ । ପରବର୍ତ୍ତୀ ସମୟରେ ଜାଲରୁ ବାଘଟିକୁ ଉଦ୍ଧାର କରାଯାଇଥିଲା । ତେବେ ବାଘକୁ ଉଦ୍ଧାର କରାଯିବା ସମୟରେ ବାଘର ଆକ୍ରମଣରେ ଜଣେ ବନ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି |