Odia News Portal

ଆଜି ଖୋଲିଲା ମା ସମଲେଶ୍ୱରୀଙ୍କ ମନ୍ଦିର

ଆଜି ଖୋଲିଲା ସମ୍ବଲପୁର ଅଧିଷ୍ଟାତ୍ରି ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିର । ମାଆ ସମଲେଶ୍ୱରୀଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ । ସମଲେଶ୍ଵରୀ ମନ୍ଦିର ସହିତ ଜିଲ୍ଲାର ଅନ୍ୟ ମନ୍ଦିରଗୁଡିକ ମଧ୍ୟ ଖୋଲାଯାଇଛି । ସମଲେଶ୍ଵରୀ ମନ୍ଦିରରେ ଯେମତି ଭିଡ ନ ଜମେ ସେଥି ପାଇଁ ଝଙଚ ଜାରି କରିଛି ଜିଲ୍ଲା ପ୍ରଶାସନ।

ସକାଳ ୬ଟାରୁ ଦିନ ୧୧ ଟା ୩୦ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ମନ୍ଦିର । ୬୫ ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ ବୟଷ୍କ ଏବଂ ଗର୍ଭବତୀ ମହିଳାମାନଙ୍କୁ ମନ୍ଦିର ବାରଣ ହୋଇଛି । ଭକ୍ତ ଦର୍ଶନ କରବା ସମୟରେ ମାସ୍କ ବ୍ୟବହାର , ସାମାଜିକ ଦୂରତା ଓ ହାତ ସାନିଟାଇଜ କରିବା ବାଧ୍ୟତାମୂଳକ । ଏ ନେଇ ସମ୍ବଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋଡ୍ କମିଟି ଏବଂ ଜିଲ୍ଲା ପ୍ରଶାସନ ବୈଠକରେ ନିଷ୍ପତ୍ତି ନିଆଯାଇଛି।