Odia News Portal

ମମତାଙ୍କ ହାଇଡ୍ରାମା: କହିଲେ ମୋତେ ବି ଗିରଫ କର…

* ନାରଦା ସ୍କାମର ତଦନ୍ତରେ ପଶ୍ଚିମବଙ୍ଗର ୨ ମନ୍ତ୍ରୀ ଓ ଜଣେ ବିଧାୟକ ଗିରଫ ।

କୋଲକାତା:ପଶ୍ଚିମବଙ୍ଗରେ ପୁଣି ଆକ୍ସନମୋଡରେ ସିବିଆଇ । ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗର ୨ ମନ୍ତ୍ରୀ ଓ ଜଣେ ବିଧାୟକ । ପଶ୍ଚିମବଙ୍ଗରେ ନାରଦା ସ୍କାମର ତଦନ୍ତ ପୁଣି ଥରେ ଆରମ୍ଭ ହୋଇଛି । ଏହି ଦୁର୍ନୀତି ଅଭିଯୋଗ ନେଇ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ, କ୍ୟାବିନେଟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ବିଜେପି ନେତା ଶୋଭନ ଚାଟାର୍ଜୀଙ୍କ ଘରେ ରେଡ କରିବା ପରେ ସିବିଆଇ ଗିରଫ କରିଛି ।

ତେବେ ଏହି ଗିରଫଦାରୀ ପରେ ଦେଖିବାକୁ ମିଳିଛି ମମତାଙ୍କ ହାଇ ଡ୍ରାମା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବଂ ମୋତେ ମଧ୍ୟ ଗିରଫ କର ବୋଲି ସେ କହିଛନ୍ତି ।ପରେ ପରେ ତୃଣମୂଳ କଂଗ୍ରେସ ସାଂସଦ ତଥା ଆଡଭୋକେଟ୍‌ କଲ୍ୟାଣ ବାନାର୍ଜୀ ମଧ୍ୟ ‘ସିବିଆଇ’ ଅଫିସରେ ପହଞ୍ଚିଥିଲେ। କଲ୍ୟାଣଙ୍କ କହିବା ଅନୁସାରେ, ତାଙ୍କ ମନ୍ତ୍ରୀମାନଙ୍କୁ ଅଟକ ରଖିବା ବେଆଇନ୍ ବୋଲି କହିବା ସହ ତାଙ୍କୁ ଗିରଫ କରିବା ଲାଗି ମୁଖ୍ୟମନ୍ତ୍ରୀ ‘ସିବିଆଇ’କୁ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କୁ ଗିରଫ କରା ନ ଗଲେ ସେ ‘ସିବିଆଇ’ ଅଫିସରୁ ଘୁଞ୍ଚିବେ ନାହିଁ ବୋଲି କହିଛନ୍ତି।