Odia News Portal

ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ

ରାୟଗଡା: ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟସ୍ଥ ମୁନିଖୋଲ ରେଳ ଫାଟକ ନିକଟରେ ଆଜି ଏକ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି | ଉକ୍ତ ଟ୍ରେନଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରୁ ଛତିଶଗଡର ଅମୁଲାଇ ଯାଉଥିବା ବେଳେ ଡାଉନ ଲାଇନରେ ଚାରୋଟି ବଗି ଲାଇନଚ୍ୟୁତ ହୋଇଛି |

ସୂଚନାନୁଯାୟୀ,ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟ ମୁନିଖୋଲରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନଟି ବିଶାଖାପାଟଣାରୁ ଛତିଶଗଡ ଅମୁଲାଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ରେଳ ଧାରଣା କାମ ଚାଲିଥିବା ବେଳେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଅନ୍ୟପଟେ ଏହି ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ମୁନିଖୋଲ ଗ୍ରାମ ନିକଟରେ ଥିବା ରେଳ ଫାଟକ ଉପରେ ଟ୍ରେନ ଅଟକି ରହିଥିବାରୁ ଫାଟକ ବନ୍ଦ ଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା |

ଖବରପାଇ ରେଳବାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଟ୍ରେନ୍ ଲାଇନଚ୍ୟୁତ୍ ହେବା ଫଳରେ ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଖୁବଶୀଘ୍ର ଟ୍ରେନଟିକୁ ଲାଇନରୁ ହଟାଇ ଟ୍ରେନ ସେବା ସ୍ୱାଭାବିକ କରାଯିବ ବୋଲି ଜଣାପଡିଛି |