Odia News Portal

ରାଜଧାନୀରେ ଫାଟିଲା ଟ୍ରାନସଫର୍ମର,୪ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ରେଲଓ୍ୱେ ସଦନ ଓମଫେଡ ଛକରେ ଘଟିଛି ବଡ଼ ଅଘଟଣ। ସକାଳୁ ଅଚାନକ ଫାଟିଲା ଟ୍ରାନସଫର୍ମର। ବିସ୍ଫୋରଣରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଜଳଖିଆ ଦୋକାନ ନିକଟରେ ବିସ୍ଫୋରଣ ଘଟି ଦୋକାନରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣରେ ଦୋକାନ ମାଲିକ ଓ ତାଙ୍କ ପୁଅ ସମେତ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଛି।

ସକାଳ ୫ଟା ୩୦ରେ ଦୁର୍ଘଟଣା ଘଟିଥିବା ବେଳେ ନିଆଁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ସବୁଠାରୁ ବଡ଼ କଥା ହେଉଛି ଟ୍ରାନସଫର୍ମର ଫାଟିବା ସମୟରେ ସେହି ସ୍ଥାନରେ ଅଧିକ ଲୋକ ନଥିଲେ । ଯଦିଓ ସେହି ସ୍ଥାନରେ ପ୍ରତି ଦିନ ସକାଳ ୭ଟା ସମୟରେ ଅଧିକ ଗହଳି ଜମିଥାଏ।ଦୋକାନଟି ଅଳ୍ପ ସମୟଧରି ଖୋଲା ହୋଇଥିବା ସମୟରେ ଏଭଳି ଅଘଟଣ ଘଟିଛି। ତେବେ ଘଟଣା ସ୍ଥଳରେ ଅଗ୍ନିସବ ବାହିନୀ ଏବଂ ଇଲେକ୍ଟ୍ରି ଡିପାର୍ଟମେଣ୍ଟର ଅଧିକାରୀ ମାନେ ତଦନ୍ତ ଆରମ୍ଭ କରିଛନ୍ତି।