Odia News Portal

ନଭେମ୍ବର ୩୦ ଯାଏଁ ବଢିଲା ଅନଲକ୍‌ ଗାଇଡଲାଇନ୍‌

ନୂଆଦିଲ୍ଲୀ()  କେନ୍ଦ୍ର ଗୃହ ମନ୍ତ୍ରାଳୟ ନଭେମ୍ବର ୩୦ ତାରିଖ ଯାଏଁ ସେପେ୍ଟେମ୍ବର ଅନଲକ୍‌ ଗାଇଡଲାଇନ୍‌ ବଳବତ୍ତର ରରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଗୃହ ମନ୍ତ୍ରାଳୟ ତରଫରୁ ଜାରି ଅନଲକ୍‌ ନେଇ ଜାରି ହୋଇଥିବା ଗାଇଡଲାଇନ୍‌ରେ କଣ୍ଟେନମେଣ୍ଟ ଜୋନ୍‌ରେ ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଜାରି ରହିବ । ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲକ୍‌ ଅବଧି ବଢିବାର ନୂଆ ଗାଇଡଲାଇନ୍‌ ଜାରି ହୋଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୪ ତାରିଖରୁ ଦେଶରେ ପ୍ରଥମଥର ପାଇଁ ଲକ୍‌ଡାଉନ୍‌ ଜାରି କରିଥିଲେ । ପ୍ରାୟ ୩ ମାସ ଧରି ଲକଡାଉନ୍‌ର କଡାକଟକଣା ପରେ ଏଥିରେ ପର୍ୟ୍ୟାୟ କ୍ରମେ କୋହଳ କରାଯାଇଛି । ସରକାର ଅନଲକ୍‌ ପ୍ରକ୍ରିୟାରେ କଣ୍ଟେନମେଣ୍ଟ ଜୋନ୍‌ ବାହାରେ କାର୍ୟ୍ୟକଳାପକୁ ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ ଏସ୍‌ଓପି ଜାରି ହୋଇଛି ।

କଣ୍ଟେନମେଣ୍ଟ ଜୋନ୍‌ ପାଇଁ ସରକାର କଡା କଟକଣା ଲାଗୁ ହୋଇଥିବାବେଳେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦେଇଛନ୍ତି । ସେହିପରି ରାଜ୍ୟ ଅଥବା କେନ୍ଦ୍ର ଶାସିତ ସରକାର କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଲକ୍‌ଡାଉନ୍‌ କରିପାରିବେ ନାହିଁ । ତେବେ ଆନ୍ତଃଜିଲ୍ଲା ଓ ଆନ୍ତଃ ରାଜ୍ୟ ମଧ୍ୟରେ ଯାତାୟତ ନେଇ କୌଣସି କଟକଣା ନାହିଁ । ନେଇ କୌଣସି ଅନୁମତି ଆବଶ୍ୟକତା ନାହିଁ ।

ସୂଚନାଯୋଗ୍ୟ, ଦେଶରେ କରୋନା ଗ୍ରାଫ୍‌ ଏବେ ତଳମୁହାଁ ରହିଛି । ଦୈନକ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ତେବେ ଏବେ ସୁଦ୍ଧା ଦେଶରେ ଦେକରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫୦୨କୁ ବୃଦ୍ଧି । ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ୪୬ ହଜାର ୪୨୯କୁ ବୃଦ୍ଧି ହୋଇଛି । ସେହିପରି ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ ୬ ଲକ୍ଷ ୨୫ ହଜାର ୮୫୭ ରହିଛି । ସଂକ୍ରମଣ କମିଥିବା ସତ୍ତ୍ବେ ବିପଦ କିନ୍ତୁ ଟଳିନାହିଁ । ଅନ୍ୟାନ୍ୟ ଦେଶଗୁଡିକରେ ସଂକ୍ରମଣର ଦ୍ବିତୀୟ ଲହର ଦେଖାଯାଇଥିବାବେଳେ ଭାରତରେ ଏବେ ପାର୍ବଣ ଋତୁ ଚାଲିଛି । ଏହି ସମୟରେ ଅଧିକ ସତର୍କ ଓ ସଚେତନତା ରହିବା ଅତ୍ୟନ୍ତ ଆବଶ୍ୟକତା ରହିଛି ।