ଉତ୍ତରାଖଣ୍ଡ: ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ନିଖୋଜ ହେବାର ଆଶଙ୍କା ରହିଛି । ଅଧିକାରୀ କହିଛନ୍ତି ଯେ ଉତ୍ତରାଖଣ୍ଡର ଧୌଲି ଗଙ୍ଗା ନଦୀରେ ପ୍ରବଳ ବନ୍ୟା ଆସିବା ପରେ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୧୫୦ କର୍ମଚାରୀ ନିଖୋଜ ଅଛନ୍ତି। ଉତ୍ତରାଖଣ୍ଡ ଗ୍ଲେସିୟର ଭାଙ୍ଗିବା ଫଳରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ସମ୍ବନ୍ଧିତ ବିଭାଗ ଓ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ ବଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଙ୍ଗା ନଦୀ କୂଳରେ ପଡୁଥିବା ସମସ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀ ଓ ପୋଲିସ ଅଧିକ୍ଷକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।