Odia News Portal

୪ ଓଡ଼ିଆ ହକି ଖେଳାଳୀଙ୍କ ସହ ଆଲୋଚନା କଲେ ୫-ଟି ସଚିବ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରେ ସ୍ଥାନ ପାଇଥିଲେ ୪ ଓଡ଼ିଆ ଖେଳାଳୀ । ମହିଳା ହକି ଦଳରେ ୨ ଜଣ ତଥା ନମିତା ଟପୋ ଏବଂ ଦୀପଗ୍ରେସ ଏକ୍କା ସ୍ଥାନ ପାଇଥିବା ବେଳେ ପୁରୁଷ ଦଳରେ ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ଥିଲେ । ଆଜି ୪ ଓଡ଼ିଆ ଖେଳାଳୀଙ୍କ ଘର ବାହୁଡ଼ା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧନା ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି ୪ଜଣ ଓଡ଼ିଆ ଖେଳାଳୀଙ୍କ ସହ ଆଲୋଚନା କରିଛନ୍ତି । ସେ ନିଜ ସ୍କୁଲ ସମୟରେ ଜଣେ ଆଥଲେଟ୍ ଥିଲେ । ଖେଳ ପ୍ରତି ତାଙ୍କର ଆଗ୍ରହ ରହିଥିଲା । ଏପରିକି ସ୍ପୋର୍ଟସ ହଷ୍ଟେଲରେ ରହି ଗ୍ରାଜୁଏଟ କମ୍ପିଟ କରିଛନ୍ତି । ୪ ଖେଳାଳୀଙ୍କ ସହ ନିଜର ପୁରୁଣା ଦିନ କଥା ମଧ୍ୟ ସେୟାର କରିଛନ୍ତି ୫-ଟି ସଚିବ । ସେପଟେ କ୍ଷ ଓଡ଼ିଆ ହକି ଖେଳାଳୀଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ ଜାରି ରଖିବାକୁ ମଧ୍ୟ ଉପଦେଶ ଦେଇଛନ୍ତି ।

ସେପଟେ ପୁରୁଷ ହକି ଦଳରେ ଖେଳିଥିବା ଅମିତ ଓ ରୋହିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ଏକ ବଡ଼ ଅଫର ଦେଇଛନ୍ତି । ଓଡ଼ିଶା ପୋଲିସରେ ଡିଏସପି ରହିବା ଲାଗି ଅଫର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଅମିତ ଓ ବିରେନ୍‌ଦ୍ରଙ୍କୁ ଅଢ଼େଇ କୋଟି ଟଙ୍କାର ପୁରଷ୍କାର ରାଶି ମଧ୍ୟ ପ୍ରଦାନ କରିଛନ୍ତି । ନମିତା ଓ ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରଷ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କହି ରଖୁଛୁ କି, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷ ପରେ ପଦକ ଜିତିଛି । ବ୍ରୋଞ୍ଚ ପଦକ ଜିତି ଦଳ ରେକର୍ଡ କରିଛନ୍ତି । ମହିଳା ଦଳ ବ୍ରୋଞ୍ଚ ପଦକ ଲାଗି ଲଢ଼ି ପରାଜୟ ହୋଇଥିଲେ ସୁଦ୍ଧା ଦମଦାର ପ୍ରଦର୍ଶନ ସବୁଦିନ ଲାଗି ସ୍ମରଣୀୟ ହୋଇ ରହିବ । ଓଡ଼ିଆ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଅଫରକୁ ସାଧାରଣରେ ଭୁରି ଭୁରି ପ୍ରଂଶସା କରାଯାଇଛି ।