Odia News Portal

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ଫରେଷ୍ଟ ରେଞ୍ଜର

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଟିଟିଲାଗଡ଼ ରେଞ୍ଜର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ଶିବ ପ୍ରସାଦ ନାୟକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ଟିଟିଲାଗଡ଼ ଅଫିସ, ପୈତୃକ ଘର ସହ ଏକ କାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ତନାଘନା କରୁଥିବା ଜଣାପଡ଼ିଛି ।

ବଲାଙ୍ଗୀର କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର ନିକଟସ୍ଥ ସରସ୍ୱତୀ ନଗରରେ ଥିବା ଦୁଇ ମହଲା କୋଠା ଘର, ଟିଟିଲାଗଡ଼ ସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଲୋଇସିଂହା ଥାନା ଅନ୍ତର୍ଗତ ପନେସରା ସ୍ଥିତ ପୈତୃକ ଘରେ ଆଜି ଭୋରରୁ ଚଢଉ କରୁଛି ଭିଜିଲାନ୍ସ । ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଡିଏସପି ସୁଜାତା ପଣ୍ଡାଙ୍କ ନେତୃତ୍ୱରେ ଏହି ଚଢଉ କରାଯାଉଛି । ସୋନପୁର ଭିଜିଲାନ୍ସ ଇନସ୍ପେକ୍ଟର ତୁଷାର ମହାପାତ୍ର, ସମ୍ବଲପୁର ଇନସ୍ପେକ୍ଟର ପ୍ରଭା ଓରାମ, ଦିଲ୍ଲୀପ ପ୍ରଧାନ ପ୍ରମୁଖ ବଲାଙ୍ଗିର ସରସ୍ବତୀ ନଗର ବାସଭବନରୁ ନଗଦ ଟଙ୍କା, ଅଳଙ୍କାର, ବ୍ୟାଙ୍କ ଜମା, ବୀମା କାଗଜ, ୩ଟି ପ୍ଲଟ ସହ ଅନ୍ୟ ନାଁରେ ଥିବା ଏକ ବୋଲେରୋ ଗାଡି ଠାବ ହୋଇଛି । ଭିଜିଲାନ୍ସ ଚଢଉ ଜାରି ରଖିଛି ।