Odia News Portal

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଦୁର୍ନିତୀକୁ ଦିଆଯିବ ନାହିଁ ପ୍ରଶୟ । ଭିଜିଲାନ୍ସ ଜାଲରେ ପଡୁଛନ୍ତି ଜଣଙ୍କ ପରେ ଜଣେ ଲାଞ୍ଚୁଆ ବାବୁ । ଭୁବନେଶ୍ବର ଆର୍ ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ପଶିଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଭୁବନେଶ୍ବରର ଗୋଟାଏ ଘର ଓ ଅଫିସ, ଢେଙ୍କାନାଳର ଦୁଇଟି ସ୍ଥାନ, ତାଳଚେରର ପୈତୃକ ଘରେ ଦୁଇଟି ଟିମ୍ ଚଢାଉ ଜାରି ରଖିଛନ୍ତି ।
ଭୁବନେଶ୍ବର ପଟିଆ ଶ୍ରୀବିହାର ସ୍ଥିତ ସାଇ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଭଡା ଘର, ନନ୍ଦନକାନନ ନିକଟ ରଘୁନାଥ ମୌଜାରେ ଥିବା ଘର, ନିର୍ମାଣ ସୌଦ୍ଧ କାର୍ୟ୍ୟାଳୟରେ ଚାଲିଛି ରେଡ୍ । ସେହିପରି ଢେଙ୍କାନାଳ ତାରିଣୀ ନଗରରେ ଥିବା ୩ ମହଲା କୋଠା, ସଦର ଅଳସୁଆ ମୌଜାରେ ଥିବା ଘର, ତାଳଚେର କାକୁଡିଠାରେ ଥିବା ପୈତୃକ ଘରେ ଚାଲିଛି ଚଢାଉ । ରେଡ ବେଳେ କିଛି ପାସବୁକ୍, ଏଟିଏମ ଓ ଇନସ୍ୟୁରାନ୍ସ ପେପର ଜବତ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଡିଏସପି ଅନିରୁଦ୍ଧ ନାୟକଙ୍କ ନେତୃତ୍ବରେ ଚାଲିଛି ଚଢ଼ାଉ । ଚଢାଉରେ ୫ ଡିଏସପି, ୧୧ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।