ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଷ୍ଟାଇଲରେ ଛୋଟଛୁଆ । ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି । ୟୁଜର୍ସମାନେ ତାଙ୍କୁ ବେଶ ପ୍ରଂଶସା କରୁଛନ୍ତି । ଆଜିକାଲି ଇଣ୍ଟରନେଟ୍ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବାଳକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ ଦେଖାଯାଉଛନ୍ତି । କେବଳ ସେତିକି ନୁହେଁ ଏହି ନକଲି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦୁଇ ପଟେ ଆଉ ଦୁଇ ଜଣ ବାଳକ ଯାଉଛନ୍ତି, ଯିଏ ବ୍ଲାକ୍ ଡ୍ରେସ୍ରେ କମାଣ୍ଡୋଙ୍କ ପରି ଚାଲୁଛନ୍ତି ଏବଂ ପଛରେ ଜୟ ଶ୍ରୀରାମର ନାରା ଆଉ ଲୋକଙ୍କ ଭିଡ଼ ଜମିଛି । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ନୋଏଡାର ରାସ୍ତାରେ । ଗତ ବୁଧବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗ୍ରେଟର ନୋଏଡାର ଦାଦରୀରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇଥିଲେ । ହେଲେ ମଞ୍ଚ ତଳେ ଏକ କୁନି ପିଲାଙ୍କୁ ଦେଖି ଉପସ୍ଥିତ ଲୋକ ଚକିତ ହୋଇଯାଇଥିଲେ । କାରଣ ଏହି କୁନି ପିଲା ଅବିକଳ ଯୋଗୀ ଆଦିତ୍ୟନାଥଙ୍କ ବେଶଭୂଷାରେ ଥିଲେ ।
ଏହାସହ ସାଥୀରେ ସୁରକ୍ଷା କର୍ମୀଙ୍କୁ ନେଇ ଲୋକଙ୍କ ଗହଳି ଭିତରେ ଚାଲୁଥିବା ଜୁନିଅର ଯୋଗୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଯୋଗୀଙ୍କ ଗେଟ୍ଅପ୍ରେ ଥିବା ଏହି କୁନି ବାଳକଙ୍କ ନାଁ ଅଙ୍କିତ ଯିଏ ଦାଦରୀରେ ହିଁ ରହିଥାନ୍ତି । ଅଙ୍କିତଙ୍କ ଭିଡିଓ ସହ ତାଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହାକୁ ସେୟାର କରିବା ସହ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।