Odia News Portal

ୟାସ୍ ପ୍ରଭାବିତ ଜିଲ୍ଲାରେ ପାଇପ ଜଳଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ

ଯୁଦ୍ଧକାଳନୀ ଭିତ୍ତିରେ ·ଲିଛି ଜଳଯୋଗାଣ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ

ଭୁବନେଶ୍ୱର : ବାଲେଶ୍ୱର, ଭଦ୍ରକ, ବାରିପଦା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ ଗ୍ରାମ୍ୟଜଳଯୋଗାଣ ଡିଭିଜନ ଅନ୍ତର୍ଗତ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡ଼ିକ ପ୍ରଳୟଙ୍କରୀ ବାତ୍ୟା “ୟାସ୍’ ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ହୋଇଛି ।
ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ଯେ ଗତକାଲି (ମଇ ୨୭ ତାରିଖ) ସନ୍ଧ୍ୟା ୫ଟା ସୁଦ୍ଧା ବାଲେଶ୍ୱର ଗ୍ରାମ୍ୟ ଜଳ ଯୋଗାଣ ଡିଭ ଜି ନ ଅନ୍ତ ର୍ଗତ ସମସ୍ତ ୬୬୫ଟି ଜଳ ଯୋଗାଣ ପ୍ରକଳ୍ପ ବାତ୍ୟାରେ ପ୍ରଭାବିତ ହୋଇଛି ।

ଜେନେରେଟର ସେଟ୍ ଦ୍ୱାରା ବିଦୁ୍ୟତ ଶକ୍ତି ଯୋଗାଣ ଦିଅ ।ଯାଇ ୬୬୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି । ଏଥି ନିମନ୍ତେ ୧୪୪ଟି ଜେନେରେଟର ଉପଯୋଗ କରାଯାଇଛି । ଡିଭିଜନ ଅନ୍ତର୍ଗତ ୪୪୦ଟି ଓଭରହେଡ୍ ଟାଙ୍କି ମଧ୍ୟରୁ ୨୧୪ଟି ଓଭରହେଡ୍ ପାଣିଟାଙ୍କିରେ ପାନୀୟ ଜଳ ଭର୍ତ୍ତି କରାଯାଇଛି । ୮୫ଟି ପିଭିସି ସିନଟାକ୍ସ ଟାଙ୍କି ବ୍ୟବହାର କରାଯାଇଛି ଏବଂ ଅଧିକ ୧୦୦ଟି ଟାଙ୍କି ଜିଲ୍ଲାକୁ ପଠାଯାଇଛି । ଜିଲ୍ଲାରେ ୩ଟି ଭ୍ରାମ୍ୟମାଣ ପାନୀୟ ଜଳ ବିଶୁଦ୍ଧକରଣ ପ୍ଲାଣ୍ଟ କାର୍ଯ୍ୟ କରୁଛି । ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ବିଦୁ୍ୟତ ଶକ୍ତି ଯୋଗାଣ ପାଇଁ ୩୭ ଜଣ ଇଲେକ୍ଟ୍ରିସିଅ ।ନ୍ ମୁତୟନ ହୋଇଛନ୍ତି ।

ଏହିପରି ମୋଟ ୭ଟି ଜିଲ୍ଲାର ୩୦୬୪ ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ୨୩୯୨ଟି ପ୍ରକଳ୍ପ ପ୍ରଭାବିତ ହୋଇଥିଲା । ଏହାକୁ ୪୩୩ଟି ଜେନେରେଟର ମାଧ୍ୟମରେ ବିଦୁ୍ୟତଶକ୍ତି ଯୋଗାଇ ଦିଅ ।ଯାଇ ୧୦୭୧ଟି ପାଇପ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଛି । ସମସ୍ତ ଡିଭିଜନ୍ର ମୋଟ ୧୮୪୯ଟି ଓଭରହେଡ୍ ଟାଙ୍କି ମଧ୍ୟରୁ ୧୬୧୭ଟି ଟାଙ୍କିରେ ପାନୀୟ ଜଳ ଭର୍ତ୍ତି କରାଯାଇଅଛି । ୫୧୨ଟି ପିଭିସି ଟାଙ୍କି ବ୍ୟବହାର କରାଯାଇଛି । ଜିଲ୍ଲାମାନଙ୍କରେ ମୋଟ ୧୦ଟି ଭ୍ରାମ୍ୟମାଣ ପାନୀୟ ଜଳ ବିଶୁଦ୍ଧକରଣ ପ୍ଲାଣ୍ଟ କାର୍ଯ୍ୟ କରୁଛି । ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ବିଦୁ୍ତ ଶକ୍ତି ଯୋଗାଣ ପାଇଁ ୧୪୧ ଜଣ ଇଲେକ୍ଟ୍ରିସିଅ ।ନ୍ ମୁତୟନ ହୋଇଛନ୍ତି । ଏଥି ସହିତ ୧୫ ଜଣ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ କେବଳ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ନିୟୋଜିତ କରାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସୂତ୍ରରୁ ପ୍ରକାଶ ।