Odia News Portal

ଆରମ୍ଭ ହେଲା ସପ୍ତାହାନ୍ତ ଓ ନାଇଟ କର୍ଫ୍ୟୁ

ଭୁବନେଶ୍ୱର : ରାଜ୍ୟରେ ପୁଣି ଥରେ ଆରମ୍ଭ ହେଲା କୋଭିଡ୍ କଟକଣା । ଆଜିଠାରୁ ୧୦ ଜିଲ୍ଲା ସୀମାନ୍ତବର୍ତ୍ତୀ ଜିଲ୍ଲା ସପ୍ତାହାନ୍ତ କର୍ଫ୍ୟୁ ଆରମ୍ଭ ହୋଇଥିବାବେଳେ ଅନ୍ୟ ୨୦ ଜିଲ୍ଲା ସହରାଞ୍ଚଳରେ ରାତି ୯ଟାରୁ ୧୪୪ ଧାରା ଲାଗୁ ହୋଇଛି । ରାତି ୯ଟା ପୂର୍ବରୁ ବନ୍ଦ ହୋଇଗଲା ସବୁ ଦୋକାନ । ରାସ୍ତାଘାଟ ପଡ଼ିଗଲା ଖାଁ ଖାଁ । ଜନଶୂନ୍ୟ ହୋଇଗଲା ଦୋକାନ ବଜାର । ରାତି୍ର କର୍ଫ୍ୟୁକୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିଲା । ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ଫେରିଲା ନାଇଟ କର୍ଫ୍ୟୁ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲା ଛଡା ରାଜ୍ୟର ବାକି ୨୦ ଜିଲ୍ଲାରେ ଆଜିଠୁ ଲାଗୁ ହୋଇଛି ରାତ୍ରିକାଳୀନ କଟକଣା । ତେବେ ରାତି୍ରକାଳୀନ କର୍ଫୁ୍ୟ ଓ ସପ୍ତାହାନ୍ତ ସଟ୍ଡାଉନ୍ ସମୟରେ ଶିଳ୍ପାନୁଷ୍ଠାନ ଏବଂ ତତ୍ ସଂପର୍କିତ କାର୍ଯ୍ୟକଳାପ ବିନା କଟକଣାରେ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି । କିନ୍ତୁ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ ହେବ । ସବୁ ଶିଳ୍ପ ପ୍ରତିଷ୍ଠାନକୁ ନିଜ ନିଜ କର୍ମସ୍ଥଳୀ ଓ ପରିସରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ବୋଲି ସେ କହିଛନ୍ତି ।


ଅ ।ଜିଠାରୁ କଟକ-ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଟୁଇନସିଟିରେ ରାତି ୯ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ୧୪୪ ଧାରା ।ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ । ଏଥିପାଇଁ କୌଣସି ପାସ ବ୍ୟବସ୍ଥା କରାଯାଇ ନାହିଁ । ସେହିପରି ଛତିଶଗଡ ସୀମାନ୍ତବର୍ତ୍ତୀ ୧୦ଟି ଜିଲ୍ଲାର ସହରାଂଚଳରେ ଅ ।ଜିଠୁ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଛି । ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଝାରୁସୁଗୁଡା, ବଲାଙ୍ଗୀର, କଳାହାଣ୍ଡି, ନୂଅ ।ପଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସହରରରେ ଦୁଇ ଦିନିଅ । ସଟଡାଉନ ଲାଗିଛି । ବିଭିନ୍ନ ସହରରେ ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତାରେ ପୁଲିସ ପାଟ୍ରୋଲିଂ କରି କଟକଣାକୁ କଡାକଡି କରୁଛି । ଅମାନିଅ ।ଙ୍କୁ ଦେଖିଲେ ପୁଲିସ ଧରି ଜରିମାନା ଅ ।ଦାୟ କରୁଛି । ମାଲକାନଗିରି ସେହିପରି ଗ୍ରାମାଂଚଳ ପାଇଁ ଏହି ୧୦ ଜିଲ୍ଲାରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ କଟକଣା ବଳବତର ରହିବ । ଛତିଶଗଡ ସୀମାକୁ ଲାଗି ରହିଥିବା ଏହି ଜିଲ୍ଲାରେ ଅ ।କ୍ରାନ୍ତଙ୍କ ସଂଖ୍ୟା ହଠାତ ବଢି ·ଲିଛି । ତେଣୁ ସଂକ୍ରମଣକୁ ଅ ।ଖିରେ ରଖି ଏହି ନିଷ୍ପତି ନେଇଛନ୍ତି ସରକାର । ଏଣିକି ପରବର୍ତ୍ତୀ ନିଦେ୍ର୍ଦଶ ନ ଅ ।ସିବା ଯାଏଁ ସପ୍ତାହର ଶେଷ ଦୁଇ ଦିନ ୧୦ ଜିଲ୍ଲାରେ ସଟଡାଉନ୍ ପାଳନ କରାଯିବ ।


ଆଜି ରାତି ୯ଟାରୁ ସକାଳ ୫ଟା ଯାଏଁ ପରବର୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ତେବେ ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । ଏହି ସମୟରେ ବିଜୁଳି, ପାନୀୟ ଜଳ , ରନ୍ଧନ ଗ୍ୟାସ ଓ ଅନ୍ୟ ଅତ୍ୟାବଶ୍ୟକ ସେବା ଏହି ସମୟରେ ଯୋଗାଇଦେବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ନିଜ ଅନୁଷ୍ଠାନର ପରିଚୟପତ୍ର ଦେଖାଇ ଜରୁରୀକାଳୀନ ସେବାର କର୍ମ·ରୀମାନେ ଯିବାଅ ।ସିବା କରିପାରିବେ ।


ମାଲକାନଗିରି ଜିଲ୍ଲାରେ ମଧ୍ୟ ଶନିବାର ଓ ରବିବାର ଦୁଇଦିନ ବନ୍ଦ ରହିଛି । ଦୋକାନ ବଜାର ସବୁ ବନ୍ଦ ଥିବା ବେଳେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଅ ।ଯାଇଛି । ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢୁଥିବା ବେଳେ ବିଭିନ୍ନ ଜିଲ୍ଲା ଗୁଡିକରେ ନାଇଟକର୍ଫ୍ୟୁ ଜାରି ରହିଛି । ଅନ୍ୟ ଜିଳ୍ଲା ଭଳି ମାଲକାନଗିରିରେ ମଧ୍ୟ ନାଇଟକର୍ଫ୍ୟୁ ସହିତ ଛତିଶଗଡ଼ ସୀମାକୁ ସିଲ୍ କରିଦିଅ ।ଯାଇଛି । ତା ସହିତ ଶନିବାର ଠାରୁ ଅ ।ରମ୍ଭ ହୋଇଛି ସପ୍ତାହନ୍ତ ସଟଡାଉନ୍ । ଶନିବାର ଓ ରବିବାର ଦୁଇ ଦିନ ମାଲାକାନଗିରି ଜିଲ୍ଲାପାଳ ଜିଲ୍ଲାର ବାଲିମେଳା ଓ କାଲିମେଳା ଅ ।ଦି ୩ଟି ସହରକୁ ଉଇକ୍ଏଣ୍ଡ ସଟଡାଉନ୍ ଘୋଷଣା କରିଛନ୍ତି । ଜିଲ୍ଲାର ୩ଟି ସହରରେ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ଟ୍ରାନ୍ସପୋର୍ଟ ଗାଡି ସହ ଜିଲ୍ଲାର ବସ ଗୁଡିକ ଚଳାଚଳରେ ସ୍ୱାଭାବିକ ରହିଛି । ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୁଲିସ ଓ ପ୍ରଶାସନ ଅଧିକାରୀ ଜଗି ରହିଛନ୍ତି । ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।ଏମିତିକି ଅମାନିଅ ।ଙ୍କଠାରୁ ଫାଇନ୍ ମଧ୍ୟ ଅ ।ଦାୟ କରାଯାଉଛି । ଲୋକଙ୍କୁ ଘରୁ ନବାହାରିବା ସହିତ ସଚେତନ ରହିବା ପାଇଁ ପରାମର୍ଶ ଦିଅ ।ଯାଉଛି ।