Odia News Portal

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ,ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ବୁଧବାର ଖେଳାଯିବ । ପ୍ରଥମ ତଥା ନିଜ ୧୦୦୦ତମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ଧରାଶାୟୀ କରିବା ପରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ଦ୍ୱିତୀୟ ଦିନିକିଆରେ ବି ପ୍ରଧାନ୍ୟ ଜାରି ରଖି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିବ ।
ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରଥମ ଦିନିକିଆରୁ ବଞ୍ଚିତ ହୋଇଥିବା ଉପଅଧିନାୟକ କେଏଲ୍ ରାହୁଲ ଫେରିଥିବା ବେଳେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିଭାଗ ଆହୁରି ଶକ୍ତିଶାଳୀ ହୋଇଛି । କେବଳ ସେ କେଉଁ ନମ୍ବରରେ ବ୍ୟାଟିଂ କରିବା ତାହା ଟିମ୍ ମ୍ୟାନେଜମେଣ୍ଟକୁ ନିର୍ଣ୍ଣକ କରିବାକୁ ପଡ଼ିବ ।