Odia News Portal

ଭୁଲ୍ କାହାର ?

ଭୁବନେଶ୍ୱର: ସବୁଠାରୁ ବଡ଼ କଥା ହେଉଛି କି, ବିବାହ ପରେ ପ୍ରିୟଙ୍କା ଜଗନ୍ନାଥ ସହ ମିଳା ମିଶା କରିବା କେତେଦୂର ଠିକ୍ ଥିଲା? ସ୍ୱାମୀ ଥାଉ ପରପୁରୁଷ ସହ କଥା ହେବା କଣ ଠିକ୍‌? ସେପଟେ ବିବାହିତା ମହିଳାଙ୍କ ସହ ପ୍ରେମ କରିବା କେତେଦୂର ଠିକ୍‌? ପର ସ୍ତ୍ରୀକୁ ବିବାହ କରିବା ଲାଗି ନିଷ୍ପତି ନେବା ଆଉ ଏଭଳି କାଣ୍ଡ ଘଟାଇବା କଣ ଠିକ୍‌? ଏଭଳି ଅନେକ ପ୍ରଶ୍ନ । ଏବେ ସୋସିଆଲ ମିଡିଆରେ ୟୁଜର୍ସମାନେ ଲେଖୁଛନ୍ତି । ଉଭୟଙ୍କୁ ନେଇ ଅନେକ ଟ୍ରୋଲ ମଧ୍ୟ କରୁଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଭୁଲ କାହାର ବୋଲି ମଧ୍ୟ ଲେଖୁଛନ୍ତି ।

ସୂଚନା ଥାଉକି, ରାଜଧାନୀର ବହୁ ଚର୍ଚ୍ଚିତ ଭୀମଟାଙ୍ଗା ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟିଛି । ମୁଖ୍ୟ ଅଭିଯୁକ୍ତ ରାକେଶ ପ୍ରଧାନ ଗତକାଲି ଏୟାରଫିଲ୍ଡ ପୋଲିସ ସମ୍ମୁଖରେ ହତ୍ୟା କରିଥିବା ମାନିଛି । ଏହାପରେ ତାକୁ ଝାରପଡ଼ା ଜେଲକୁ ପଠାଯାଇଛି । ତେବେ ସେ ହତ୍ୟା କରିବା ଦିନ ଚକୋଲେଟ୍‌, ଥଣ୍ଡା, ଛୁରୀ ଏବଂ ସିନ୍ଦୁର ନେଇ ଯାଇଥିଲା । ଯାହାକି ସେ ନିଜେ ସ୍ୱିକାର କରିଛି । କଲେଜ ସମୟରୁ ଭଲ ପାଉଥିବା ପ୍ରିୟଙ୍କା ବିବାହ କରିବା ପରେ ସବୁ ଠିକଠାକ ଥିଲା । ହେଲେ ଲକଡାଉନ ସମୟରେ ଉଭୟଙ୍କ ପ୍ରେମ ପୁଣିଥରେ ଉଜିବିତ ହୋଇଥିଲା ।